ଓଡ଼ିଶା ପୋଲିସର ପରବର୍ତ୍ତୀ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି। ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା ଏବଂ ୟଶବନ୍ତ କୁମାର ଜେଠୱାଙ୍କୁ ଡିରେକ୍ଟର ଜେନେରାଲ (DG) ରାଙ୍କକୁ ପଦୋନ୍ନତି ଦିଆଯାଇଛି। ଦୁଇ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) ପଦବୀରୁ ଡିଜି ଗ୍ରେଡକୁ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବରେ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅନ୍ୟପଟେ, ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ତାଙ୍କ ସ୍ଥାନରେ କାହାକୁ ନୂଆ ଡିଜିପି ଭାବେ ଦାୟିତ୍ୱ ଦିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ରାଜ୍ୟ ପୋଲିସ ପ୍ରଶାସନର ଶୀର୍ଷ ପଦବୀରେ ପରିବର୍ତ୍ତନ ହେବାକୁ ଯାଉଥିବାରୁ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ଡିଜି ରାଙ୍କକୁ ପଦୋନ୍ନତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସଞ୍ଜୀବ ପଣ୍ଡା ଓ ୟଶବନ୍ତ ଜେଠୱା ଦୁହେଁ ଓଡ଼ିଶା ପୋଲିସ ପ୍ରଶାସନରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଓ ଦାୟିତ୍ୱ ସଫଳତାର ସହ ତୁଲାଇସାରିଛନ୍ତି। Post navigation Illegal Sale of Fertilizer in Balangir: ଆକ୍ସନ ମୋଡ୍ରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ; ୧୧୧ ଡିଲରଙ୍କୁ ଶୋ-କଜ୍ ନୋଟିସ୍