ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲରେ ତଥ୍ୟ ଅପଲୋଡ୍ ପାଇଁ ନିର୍ଦ୍ଦେଶ । ଏକକ ପ୍ଲାଟଫର୍ମରେ ଯୋଡ଼ି ହେବ ସମସ୍ତ ଭିତ୍ତିଭୂମି ପ୍ରକଳ୍ପ । ଏଇ ମାସ ଶେଷ ସୁଦ୍ଧା ତଥ୍ୟ ଅପଲୋଡ୍‌ ପାଇଁ ସବୁ ବିଭାଗକୁ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଥମେ ୱର୍କସ୍, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥ୍ୟ ଅପଲୋଡ୍‌ କରିବେ । ରାଜ୍ୟର ନୋଡାଲ ବିଭାଗ ଭାବେ ଯୋଜନା ଓ ସମନ୍ୱୟ ବିଭାଗ କାର୍ଯ୍ୟ କରିବ । ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବ ଇଡ୍‌କୋ । କାର୍ଯ୍ୟାନ୍ୱୟନ ପାଇଁ IDCOରେ ଏକ ପ୍ରାଯୁକ୍ତିକ ଟିମ୍ କାର୍ଯ୍ୟରତ ରହିବ । ଏହାଦ୍ୱାରା ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହ୍ରାସ, ବିଭାଗୀୟ ସମନ୍ୱୟ ବୃଦ୍ଧି ଏବଂ ଯୋଜନା ପ୍ରସ୍ତୁତିରେ ଅଧିକ ସ୍ୱଚ୍ଛତା ଆସିବ ବୋଲି ସରକାର ଆଶା କରିଛନ୍ତି ।

 

Leave a Reply

Your email address will not be published. Required fields are marked *