ଆଜି ସାରା ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ଉତ୍ସବରେ ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ହୋଇଛି ସାରା ଭାରତ। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ସେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ୧୩ତମ ଥର ପାଇଁ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଚଳିତବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଆଉ ଏକ ବିଶେଷ ଘଟଣା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ଉତ୍ସବ ସମୟରେ ‘ବନ୍ଦେ ମାତରମ୍’ ଗାନ କରାଯାଇଛି। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ସହ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଇଛି। ଜାତୀୟ ପତାକା ଉତ୍ତୋଳନ ପରେ ୨୧ ତୋପ ସଲାମୀ ଦିଆଯାଇଛି। ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଆଜି ସାରା ଦେଶରେ ଦେଶପ୍ରେମ ଓ ଜାତୀୟତାର ଭାବନା ଉତ୍ସାହିତ ହୋଇଛି । Post navigation Har Ghar Tiranga Campaign: ‘ହର ଘର ତିରଙ୍ଗା’ ଅଭିଯାନ: ରେଳ ଭବନରେ ରେଳ ମନ୍ତ୍ରୀଙ୍କ ନେତୃତ୍ୱରେ ତିରଙ୍ଗା ରାଲି Independence Day 2026: ସ୍ୱାଧୀନତା ଦିବସ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ