କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି।http.//www.cise.org. ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ସେଠାରୁ ଫଳାଫଳ ଜାଣି ପାରିବେ।ଦଶମରେ ୯୯.୦୮% ଓ ଦ୍ବାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ମିଳିଛି। ଉଭୟ ଦଶମ ଓ ଦ୍ବାଦଶରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
“ଏଥି ସହିତ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ରିଚେକିଂ ଏବଂ ପୁନଃ ମୂଲ୍ୟାଙ୍କନ କରିବାକୁ ଆବେଦନ କରିପାରିବେ। ଗୋଟିଏ ବିଷୟରେ ରିଚେକିଂ ପାଇଁ ହଜାରେ ଏବଂ ପୁନଃ ମୂଲ୍ୟାଙ୍କନ ପାଇଁ ୧୫ଶହ ଟଙ୍କା ରହିଛି। ଆଜିଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ୪ ସପ୍ତାହ ମଧ୍ୟରେ ତାର ଫଳାଫଳ ପ୍ରକାଶ ପାଇବ। ସେହିପରି ପୁନଃ ମୂଲ୍ୟାଙ୍କନ ପାଇଁ ରେଜଲ୍ଟ ପ୍ରକାଶ ପାଇବାର ୨୪ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।”

By Nirvay

Leave a Reply

Your email address will not be published. Required fields are marked *