highlights-of-Odisha Budget-2025-26/
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି ।
 
ଏହି ଜନକଲ୍ୟାଣକାରୀ ବଜେଟରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂ ସାର୍ବଜନୀନ କ୍ରୀଡା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି ।
 
➡️କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭୦୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର ୫.୬୨% ରୁ ଅଧିକ ଅଟେ ।
 
➡️୨୦୨୫-୨୬ ରେ ପୁଞ୍ଜି ବ୍ୟୟ ଅଟକଳ ୬୫,୦୧୨ କୋଟି ଟଙ୍କା, ଯାହା କି GSDPର ୬.୧୧ ପ୍ରତିଶତ । ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ।
 
➡️କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୨% ଅଧିକ ଅଟେ ।
 
➡️ରାଜସ୍ୱ ବଳକା GSDPର ୩% ହେବ ବୋଲି ଆକଳନ କରାଯାଇଛି; ବିତ୍ତୀୟ ନିଅଣ୍ଟ GSDPର ୩.୨% ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର GSDPର ୧୨.୭ % ରହିବ ବୋଲି ଆକଳନ କରାଯାଇଛି ।
 
➡️ତେଣୁ ୨୦୨୫-୨୬ ବାର୍ଷିକ ବଜେଟ୍ ସମ୍ପୂର୍ଣ୍ଣ ଭାବେ FRBM ଅଧିନିୟମ ପରିପାଳକ ଅଟେ ।
 
୨୦୨୫-୨୬ ବଜେଟରେ ନୂଆ ପଦକ୍ଷେପ:
 
➡️ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️Cold Storage Policy ପାଇଁ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ମଡେଲ ମଣ୍ଡି ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ 2603 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ 200 କୋଟି ଓ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରି କନ୍ୟା ବିବାହ ଯୋଜନା ପାଇଁ 12 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପାଇଁ 53 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️Artificial Intelligence driven Predictive Policing and Crime Mapping ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ Centre of Excellence for Cyber Security ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ Digital VHF System ପାଇଁ 29 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସାମୁଦ୍ରିକ ଦକ୍ଷତା ବିକାଶ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସମୃଦ୍ଧ ସହର ପାଇଁ 408 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମହାନଦୀ ରିଭର ଫ୍ରଣ୍ଟ ଓ ବୁଢ଼ାବଳଙ୍ଗ ରିଭର ଫ୍ରଣ୍ଟ ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡିଆ ପ୍ରବାସୀଙ୍କ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
➡️SUJALA ପାଇଁ 733 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସ୍ୱଚ୍ଛ ଓଡ଼ିଶା ପାଇଁ 261 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ 1100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଜୋନାଲ ଆଇଟିଆଇ ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ଏବଂ ଆଇଟିଆଇରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoEs) ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡ଼ିଶା AI ମିଶନ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡ଼ିଶା ପୋଷଣ ମିଶନ ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସୁଭଦ୍ରା ସମ୍ବେଦନା ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ‘ଆମେ ପଢିବା ଆମ ଭାଷାରେ’ ପାଇଁ 25 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️‘ଆମ ଶିମିଳିପାଳ ଯୋଜନା’ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
➡️ଅଟଳ ବସଷ୍ଟାଣ୍ଡ ପାଇଁ 1266 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଆନ୍ତଃରାଜ୍ୟ ନଦୀ ସଂଯୋଗ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
A. କୃଷି ଓ ଆନୁଷଙ୍ଗିକ କ୍ଷେତ୍ର
 
➡️2025-26 କୃଷି ବଜେଟ୍ ଅଧୀନରେ 37,838 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ଗତବର୍ଷର ଆବଣ୍ଟନ ତୁଳନାରେ 12 % ଅଧିକ ।
➡️ସମୃଦ୍ଧ କୃଷକ ଯୋଜନା ପାଇଁ 6000 କୋଟି, CM-KISAN ପାଇଁ 2020 କୋଟି ଏବଂ ଶ୍ରୀ ଅନ୍ନ ଅଭିଯାନ ପାଇଁ 600 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️କଫି ମିଶନ ପାଇଁ 209 କୋଟି ଟଙ୍କା, କୃଷିକ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ 93 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️OSSC ଲିମିଟେଡ୍ ପାଇଁ 100 କୋଟି ଟଙ୍କାର କର୍ପସ ପାଣ୍ଠି- ବିହନ କ୍ରୟ ପାଇଁ ସୁଧମୁକ୍ତ ଋଣ ଏବଂ OSCMF ଲିମିଟେଡ ପାଇଁ 150 କୋଟି ଟଙ୍କାର କର୍ପସ ପାଣ୍ଠି- ସାର କ୍ରୟ ପାଇଁ ସୁଧ ମୁକ୍ତ ଋଣ ।
➡️କୃଷକ ଉତ୍ପାଦକ ସଂଗଠନ(FPO)କୁ ସହାୟତା ପାଇଁ 73 କୋଟି ଟଙ୍କା, ଅମଳ ପରବର୍ତ୍ତୀ ପରିଚାଳନା ଓ ବିପଣନ ପାଇଁ 62 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଉଦ୍ୟାନ କୃଷିରେ ଫସଲ ନିର୍ଦ୍ଦିଷ୍ଟ କ୍ଲଷ୍ଟର ପ୍ରୋତ୍ସାହନ ପାଇଁ 436 କୋଟି ଟଙ୍କା ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳସେଚନ ପରିଚାଳନା ପାଇଁ 194 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (NFSM) ପାଇଁ 255 କୋଟି ଟଙ୍କା, ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ 101 କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (RKVY) ପାଇଁ 155 କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY) ପାଇଁ 190 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
➡️ଫସଲ ବିବିଧତା ଯୋଜନା 695 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️କୃଷି ଯାନ୍ତ୍ରିକରଣ ଓ କୃଷି ଉଦ୍ୟୋଗ’ ଯୋଜନାରେ 425 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ବାବଦରେ 2000 କୋଟି ଟଙ୍କା ଏବଂ OSCSC ଲିମିଟେଡକୁ ସହାୟତା ବାବଦରେ 450 କୋଟି ଟଙ୍କା ପ୍ରଦାନ କରାଯାଇଛି । ଧାନ ସଂଗ୍ରହ ପାଇଁ ଏବଂ ଧାନ ଫସଲ ଉତ୍ପାଦନ କ୍ଷେତ୍ରର ଗ୍ରାମଭିତ୍ତିକ ପ୍ଲଟ ସ୍ତରୀୟ ବିଶ୍ଳେଷଣ ପାଇଁ 61 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସାର୍ବଜନୀନ ବିତରଣ ବ୍ୟବସ୍ଥା(PDS) ପାଇଁ 2507 କୋଟି ଟଙ୍କା ଏବଂ ସୁଲଭ ମୂଲ୍ୟ ଦୋକାନ(FPS) ଅଟୋମେସନ ପାଇଁ 49 କୋଟି ଟଙ୍କା ।
➡️ପ୍ରାଣି ସମ୍ପଦ ସମୃଦ୍ଧି ଯୋଜନା ପାଇଁ 171 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା(MKY) ପାଇଁ 146 କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା(MMKY) ପାଇଁ 235 କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା(PMMSY) ପାଇଁ 245 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଚାଷୀଙ୍କୁ ରିହାତି ସୁଧରେ ଫସଲ ଋଣ ଯୋଗାଇବା ପାଇଁ ସମବାୟ Bank/PACs ପାଇଁ 910 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
➡️ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ପାଇଁ 650 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
 
B. ଜଳସେଚନ,ବନ୍ୟା ନିୟନ୍ତ୍ରଣ ଏବଂ ଜଳ ବ୍ୟବହାର ଦକ୍ଷତା
 
➡️ ଜଳସେଚନ,ବନ୍ୟା ନିୟନ୍ତ୍ରଣ ଏବଂ ଜଳ ବ୍ୟବହାର ଦକ୍ଷତା ପାଇଁ ମୋଟ 16273 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଜଳସେଚନର ଦୀର୍ଘଦିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ନିର୍ମାଣ ପାଇଁ 880 କୋଟି ଟଙ୍କା ଏବଂ ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ପାଇଁ 1318 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଅଚଳ ହୋଇପଡ଼ିଥିବା ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ 190 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା(MATY) ଅଧୀନରେ 350 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ବନ୍ଧର ସୁଦୃଢ଼ୀକରଣ ଓ ଡ୍ରେନେଜ୍ ଉନ୍ନତି କାର୍ଯ୍ୟ ପାଇଁ 1036 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରି କେନାଲ ଲାଇନିଂ ଯୋଜନା ଅଧୀନରେ କେନାଲ ଲାଇନିଂ ପାଇଁ 430 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ନବକୃଷ୍ଣ ଚୌଧୁରୀ ସେଚା ଉନ୍ନୟନ ଯୋଜନାରେ ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ ପାଇଁ 240 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ପ୍ରତ୍ୟେକ ବିଲକୁ ପାଣି ପାଇଁ 539 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (AIBP) ପାଇଁ 1786 କୋଟି ଟଙ୍କା ଏବଂ ଜଳ କ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ (WSIDP) ପାଇଁ 1315 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଜଳବାୟୁ ପରିବର୍ତ୍ତନ କୃଷି ପାଇଁ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ (OIIPCRA) ପାଇଁ 380 କୋଟି ଟଙ୍କା ଏବଂ ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ଦ୍ୱିତୀୟ ପର୍ଯ୍ୟାୟ(RIP-II) ପାଇଁ 300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
 
C. ସ୍ୱାସ୍ଥ୍ୟ କ୍ଷେତ୍ର
 
➡️ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ 23,635 କୋଟି ଟଙ୍କା ଆବଣ୍ଟନ ରହିଛି, ଯାହାକି ରାଜ୍ୟ ବଜେଟର ପ୍ରାୟ 8 ପ୍ରତିଶତ ।
➡️ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ 6,249 କୋଟି ଟଙ୍କା ପ୍ରଦାନ କରାଯାଇଛି, ଯେଉଁଥିରେ ନିମ୍ନୋକ୍ତ ଅର୍ଥ ରାଶି ଅନ୍ତର୍ଭୁକ୍ତ
➡️ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ 3768 କୋଟି ଟଙ୍କା
➡️NIRAMAYA (ମାଗଣା ଔଷଧ) ପାଇଁ 939 କୋଟି ଟଙ୍କା
➡️ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ NIRAMAYA-Corpus ପାଣ୍ଠି ପାଇଁ 200 କୋଟି ଟଙ୍କା
➡️ NIDAN ପାଇଁ 229 କୋଟି ଟଙ୍କା
➡️SAMMPurNA(IMR/MMR ହ୍ରାସ ) ପାଇଁ 99 କୋଟି ଟଙ୍କା,
➡️ସ୍ୱାସ୍ଥ୍ୟ ସହାୟ ପାଇଁ 270 କୋଟି ଟଙ୍କା,
➡️ ଓଡ଼ିଶା ବ୍ୟାପକ କର୍କଟ ଚିକିତ୍ସା ଯୋଜନା ପାଇଁ 211 କୋଟି ଟଙ୍କା ଏବଂ
➡️ ଆମ୍ବୁଲାନ୍ସ ସେବା (EMAS) ପାଇଁ 221 କୋଟି ଟଙ୍କା ।
➡️ଆମ ହସ୍ପିଟାଲ ପାଇଁ 420 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ 3881 କୋଟି ଟଙ୍କା, ପ୍ରଦାନ କରାଯାଇଛି, ଯେଉଁଥିରେ ନିମ୍ନୋକ୍ତ ଅର୍ଥ ରାଶି ଅନ୍ତର୍ଭୁକ୍ତ
➡️ସ୍ୱାସ୍ଥ୍ୟ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ 2070 କୋଟି ଟଙ୍କା ଏବଂ
➡️SCB MCHର ପୁନଃବିକାଶ କାର୍ଯ୍ୟକ୍ରମ ପାଇଁ 400 କୋଟି ଟଙ୍କା
➡️NIRMAL ଯୋଜନା ପାଇଁ 997 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 364 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ KHUSHI ପାଇଁ 130 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️କଟକ ମେଡିକାଲ କଲେଜର ଉନ୍ନତିକରଣ ପାଇଁ 530 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପାଇଁ 30 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 2,091 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ମିଶନ(PM-BHIM) ଯୋଜନା ପାଇଁ 295 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(AB-PMJAY) ପାଇଁ 711 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
D. ଶିକ୍ଷା କ୍ଷେତ୍ର
 
➡️ ଶିକ୍ଷା କ୍ଷେତ୍ର ପାଇଁ 41,273 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ 31,185 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ 2,960 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ,ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ 193 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ 140 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ 139 କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନା ପାଇଁ 82 କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 997 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️PM-POSHAN ପାଇଁ 885 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ PM-POSHAN ନିମନ୍ତେ ରାଜ୍ୟ ସହାୟତା ବାବଦରେ 591 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️PM-POSHAN ପାଇଁ 646 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ଅତିଥ୍ୟ ବିଦ୍ୟାଳୟ ପାଇଁ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସମଗ୍ର ଶିକ୍ଷା ନିମନ୍ତେ 4681 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ସମଗ୍ର ଶିକ୍ଷା ନିମନ୍ତେ ରାଜ୍ୟ ସହାୟତା ବାବଦରେ 844 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ରାଜ୍ୟମାନଙ୍କ ପାଇଁ ଶିକ୍ଷାଦାନ-ଶିକ୍ଷଣ ଏବଂ ଫଳାଫଳକୁ ସୁଦୃଢ଼ (STARS) ଯୋଜନା ପାଇଁ 714 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ PM-SHRI ନିମନ୍ତେ 500 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଉଚ୍ଚଶିକ୍ଷା ବିଭାଗ ପାଇଁ 3,656 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ ପାଇଁ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ 45 କୋଟି, ଆମ କଲେଜ ଆମ ଗୌରବ ପାଇଁ 10 କୋଟି ଓ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ 30 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️PM-USHA ପାଇଁ 100 କୋଟି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(RUSA) ପାଇଁ 99 କୋଟି ଏବଂ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ 105 କୋଟି ଟଙ୍କାରେ ବ୍ୟୟବରାଦ କରାଯାଇଛି ।
➡️ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ 1785 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ADB ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ 123 କୋଟି ଟଙ୍କା ଏବଂ CM-ASPIRE ପାଇଁ 46 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଭୁବନେଶ୍ୱରସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (OUTR) ପାଇଁ 50 କୋଟି ଟଙ୍କା ପ୍ରଦାନ କରାଯାଇଛି । ବୁର୍ଲାସ୍ଥିତ VSSUT ପାଇଁ 50 କୋଟି ଟଙ୍କା, ଏବଂ ଇଞ୍ଜିନିୟରିଂ ସ୍କୁଲ/ପଲିଟେକ୍ନିକ୍ ର ଭିତ୍ତିଭୂମି ବିକାଶ ପାଇଁ 121 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(OSDA) ପାଇଁ 59 କୋଟି ଓ ଦକ୍ଷତା ବିକାଶ ତାଲିମ ପାଇଁ 135 କୋଟି ଟଙ୍କା ପ୍ରଦାନ କରାଯାଇଛି।
 
E. କ୍ରୀଡ଼ା ଓ ଯୁବ ସେବା
 
➡️2025-26ରେ କ୍ରୀଡ଼ା କ୍ଷେତ୍ର ପାଇଁ 1,320 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ 943 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଯୁବ ଶକ୍ତି ପାଇଁ 32 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, କ୍ରୀଡ଼ା ପ୍ରଶିକ୍ଷଣ ପାଇଁ 30 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଉତ୍କର୍ଷତ ପ୍ରଦର୍ଶନ କରିଥିବା କ୍ରୀଡାବିତ ମାନଙ୍କ ପାଇଁ ଆର୍ଥିକ ସହାୟତା ନିମନ୍ତେ 10 କୋଟି ଟଙ୍କା ଏବଂ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ 80 କୋଟି ଟଙ୍କା ପ୍ରଦାନ କରାଯାଇଛି ।
F. ମହିଳା ଓ ଶିଶୁ ବିକାଶ
➡️ବିଭିନ୍ନ ମହିଳା ଓ ଶିଶୁ କେନ୍ଦ୍ରୀତ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ପାଇଁ ମୋଟ 17,998 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମହିଳା ସଶକ୍ତୀକରଣ, ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟୋଗବିକାଶ ପାଇଁ ସୁଭଦ୍ରା ଯୋଜାନା ଅଧୀନରେ 10,145 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ 526 କୋଟି ଟଙ୍କା ପ୍ରଦାନ କରାଯାଇଛି, ଯଶୋଦା ଯୋଜନା ନିମନ୍ତେ 63 କୋଟି ଟଙ୍କା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତମୂଳକ ନଗଦ ହସ୍ତାନ୍ତର ପାଇଁ ମମତା ଯୋଜନାରେ 284 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ରାଜ୍ୟରେ ICDS କାର୍ଯ୍ୟକାରୀ କରିବା ପାଇଁ, ରାଜ୍ୟ ସହାୟତା ବାବଦରେ 1,132 କୋଟି ଟଙ୍କା ପ୍ରଦାନ କରାଯାଇଛି, ସପ୍ଲିମେଣ୍ଟାରୀ ପୋଷଣ କାର୍ଯ୍ୟକ୍ରମ ପାଇଁ 950 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ ଅଙ୍ଗନବାଡ଼ି ସେବା ପାଇଁ 744 କୋଟି ଟଙ୍କା, ପୋଷଣ ଅଭିଯାନ ପାଇଁ 284 କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ 1107 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ 1095 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
G. ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ
➡️ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 24250 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
➡️ସାମାଜିକ ସୁରକ୍ଷା ପେନସନ ଯୋଜନାରେ ହିତାଧିକାରୀଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଅଧୀନରେ 5370 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଭୀମ ଭୋଇ ଭିନ୍ନ କ୍ଷମ ସମର୍ଥ ଅଭିଯାନ ପାଇଁ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଶାରୀରିକ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଥଇଥାନ ପାଇଁ 33 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ବୟସ୍କଙ୍କ ପାଇଁ ଗୃହ ନିମନ୍ତେ 51 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଆଡଭାନ୍ସଡ୍ ରିହାବିଲିଟେସନ୍ ସେଣ୍ଟର (ARC) ପାଇଁ 17 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ(SIEP) ପାଇଁ 39 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ 3258 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
H. ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁଙ୍କ ବିକାଶ
➡️2025-26 ପାଇଁ କାର୍ଯ୍ୟକ୍ରମ ବଜେଟରେ 39,638 କୋଟି ଟଙ୍କାର TASP ଅଂଶ ଏବଂ 29,243 କୋଟି ଟଙ୍କାର SCSP ଅଂଶ କୁ ମିଶାଇ ମୋଟ 68,881 କୋଟି ଟଙ୍କା ଅନ୍ତର୍ଭୁକ୍ତ ।
➡️ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଛାତ୍ରବୃତ୍ତି ଓ ଷ୍ଟାଇପେଣ୍ଡ ପାଇଁ 909 କୋଟି ଟଙ୍କା ପ୍ରଦାନ କରାଯାଇଛି।
➡️ଧାର୍ତି ଆବା ଜନଜାତିଆ ଗ୍ରାମ ଉତ୍କର୍ଷ ଅଭିଯାନ(DAJGUA) ପାଇଁ 350 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ପରିବର୍ତନ ପାଇଁ 100 କୋଟି ଓ ସ୍ୱତନ୍ତ୍ର ଶିକ୍ଷା ସହାୟତା ପାଇଁ 538 କୋଟି ଟଙ୍କା ପ୍ରଦାନ କରାଯାଇଛି।
➡️ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ 210 କୋଟି ଟଙ୍କା ପ୍ରଦାନ କରାଯାଇଛି, ମାଧୋ ସିଂ ହାତ ଖର୍ଚ ପାଇଁ 154 କୋଟି ଟଙ୍କା, ଏବଂ କ୍ଷୁଦ୍ର ବନଜାତ ଦ୍ରବ୍ୟ କ୍ରୟ ପାଇଁ LABHA ଯୋଜନା ଅଧୀନରେ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (PM-AGY) ପାଇଁ 198 କୋଟି ଟଙ୍କା ପ୍ରଦାନ କରାଯାଇଛି, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା (PM-AAGY) ପାଇଁ 100 କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଜନମନ ଯୋଜନା (PM-JANMAN) ନିମନ୍ତେ 50 କୋଟି ଟଙ୍କା ପ୍ରଦାନ କରାଯାଇଛି ।
 
I. ନଗର ଉନ୍ନୟନ
 
➡️ଓଡ଼ିଶାର ସହରାଞ୍ଚଳ ରୂପାନ୍ତରିକରଣ ପାଇଁ 9985 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ 1100 କୋଟି ଟଙ୍କା, ନୂତନ ସହର ବିକାଶ ପାଇଁ 200 କୋଟି ଟଙ୍କା ଏବଂ ULB Governance ପାଇଁ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ମହାନଦୀ ରିଭର ଫ୍ରଣ୍ଟ ଓ ବୁଢ଼ାବଳଙ୍ଗ ରିଭର ଫ୍ରଣ୍ଟ ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସ୍ୱଚ୍ଛ ଓଡ଼ିଶା – କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ULBଗୁଡ଼ିକୁ ଅନୁଦାନ ପାଇଁ 161 କୋଟି ଟଙ୍କା ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ବାତ୍ୟାଜଳ ନିଷ୍କାସନ ପାଇଁ 300 କୋଟି ଟଙ୍କା ଏବଂ ସ୍ୱେରେଜ୍ ଓ ଡ୍ରେନେଜ୍ ପ୍ରକଳ୍ପ ପାଇଁ 340 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ 305 କୋଟି ଟଙ୍କା, PM e-Bus Seva ପାଇଁ 47 କୋଟି ଟଙ୍କା, ଏବଂ AAHAAR ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
J. ବାସଗୃହ
 
➡️ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ଗ୍ରାମୀଣ (PMAY-G)ଅଧୀନରେ 4,500 କୋଟି ଟଙ୍କା ପ୍ରଦାନ କରାଯାଇଛି।
➡️ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (PMAY-U) ଅଧୀନରେ 795 କୋଟି ଟଙ୍କା ପ୍ରଦାନ କରାଯାଇଛି।
➡️ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ 2603 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
 
K. ପାନୀୟ ଜଳ ଓ ପରିମଳ (ଗ୍ରାମୀଣ)
 
➡️ପାଇପ୍ ଯୋଗେ ପାନୀୟ ଜଳ ପାଇଁ 2025-26 ଆର୍ଥିକ ବର୍ଷରେ 8,600 କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରାଯାଇଛି ।
➡️ବସୁଧା ଯୋଜନାରେ 1,600 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଜଳ ଜୀବନ ମିଶନ ଅଧୀନରେ 7,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) ଅଧୀନରେ 600 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
 
L. ମଜୁରି ରୋଜଗାର, ଜୀବିକା ଏବଂ ମୌଳିକ ସେବା
 
➡️ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି (MGNREGS) ଯୋଜନାର Material Component ପାଇଁ 2500 କୋଟି ଟଙ୍କା, ବିପର୍ଯ୍ୟୟ ଜନିତ ପ୍ରବାସକୁ ରୋକିବା ପାଇଁ MGNREGS କୁ ରାଜ୍ୟ ସହାୟତା ବାବଦରେ 700 କୋଟି ଟଙ୍କା ଏବଂ ସଠିକ ସମୟରେ MGNREGS ମଜୁରୀ ପାଇଁ ରିଭଲଭିଂ ପାଣ୍ଠି ପାଇଁ 750 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
➡️ବିକ୍ଷିତ ଗାଁ ବିକାଶ ଓଡ଼ିଶା ପାଇଁ 2000 କୋଟି ଟଙ୍କା ଏବଂ ବନ ସୁରକ୍ଷା ସମିତି (VSS) ପାଇଁ କୋଠା ନିର୍ମାଣ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️PM JANMAN ପାଇଁ 200 କୋଟି ଟଙ୍କା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ପାଇଁ 162 କୋଟି ଟଙ୍କା ଏବଂ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା (DDU-GKY) ପାଇଁ 160 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
M. ସଡ଼କ, ରେଳପଥ ଓ ପରିବହନ
 
➡️ବିମାନବନ୍ଦର ରକ୍ଷଣାବେକ୍ଷଣ ଏବଂ ବିମାନ ଚଳାଚଳ କର୍ମଚାରୀ କ୍ଷମତା ବୃଦ୍ଧି/ ଦକ୍ଷତା ବିକାଶ ଓ Viability Gap Fundingପାଇଁ 177 କୋଟି ଟଙ୍କା ଏବଂ ବିମାନ ଚଳାଚଳ ଭିତ୍ତିଭୂମି ବୃଦ୍ଧି ପାଇଁ 205 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ 1085 କୋଟି ଓ ଅଟଳ ବସଷ୍ଟାଣ୍ଡ ପାଇଁ 1266 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଓ ଭିତ୍ତିଭୂମି ଉନ୍ନୟନ ଯୋଜନା ପାଇଁ 105 କୋଟି ଟଙ୍କା ଏବଂ ସଡ଼କ ସୁରକ୍ଷା ଭିତ୍ତିଭୂମି ଆଧୁନିକୀକରଣ ପାଇଁ 180 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଗ୍ରୀନ୍ ଓଡ଼ିଶା EV Policy ଅଧୀନରେ ସବସିଡି ପାଇଁ 160 କୋଟି ଟଙ୍କା ଏବଂ ରେଳ ପ୍ରକଳ୍ପର ବିକାଶ ପାଇଁ 300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ 6502 କୋଟି ଟଙ୍କା ଓ ରାଜ୍ୟ ସଡ଼କ ପାଣ୍ଠିକୁ ହସ୍ତାନ୍ତର ପାଇଁ 510 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ 1700 କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ସଡ଼କ ଓ ସେତୁର ରକ୍ଷଣାବେକ୍ଷଣ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସେତୁ ବନ୍ଧନ ଯୋଜନା ପାଇଁ 2000 କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ 3470 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
N. ଶକ୍ତି
➡️ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ନିମନ୍ତେ ଶକ୍ତି କ୍ଷେତ୍ର ପାଇଁ 3,962 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ 1,033 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ 127 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଓଡ଼ିଶା ଅକ୍ଷୟ ଶକ୍ତି ବକାଶ ଯୋଜନା ରେ 1093 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହା ମଧ୍ୟରୁ 890 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ପିଏମ-ସୂର୍ଯ୍ୟଘର ପାଇଁ ବ୍ୟୟବରାଦ କରାଯାଇଛି।
➡️ OPGC ରେ ସେୟାର କ୍ୟାପିଟାଲ ନିବେଶ ପାଇଁ 429 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ GRIDCO ନିମନ୍ତେ କାର୍ଯ୍ୟକାରୀ ପୁଞ୍ଜି ଋଣ ପାଇଁ 512 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
O. ଭବିଷ୍ୟତ ଅଭିବୃଦ୍ଧି ଇଞ୍ଜିନ୍ (ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ)
 
➡️ଶିଳ୍ପ ଓ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ 1567 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ମଧ୍ୟମ ଓ ବୃହତ ଶିଳ୍ପକୁ ସବସିଡି ପାଇଁ 194 କୋଟି ଟଙ୍କା, ଜମି ବ୍ୟାଙ୍କ(Land Bank) ଯୋଜନା ପାଇଁ 106 କୋଟି ଟଙ୍କା, ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି(IIDF) ପାଇଁ 60 କୋଟି ଟଙ୍କା,ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ (SCDF) ଅଧୀନରେ ଦିନ ଦୟାଲ କର୍ମଚାରୀ ନିବାସ ପାଇଁ 20 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ IPR ଅଧୀନରେ ସବସିଡି ପାଇଁ 15 କୋଟି ଟଙ୍କା, MSME ନୀତି ଅଧୀନରେ ସବସିଡି ପାଇଁ 30 କୋଟି ଟଙ୍କା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ନୀତି ଅଧୀନରେ ସବସିଡି ପାଇଁ 25 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️MSME କର୍ମଚାରୀଙ୍କ କଲ୍ୟାଣ ହେତୁ ଷ୍ଟାର୍ଟଅପ୍ ନୀତି ଅଧୀନରେ MSME ପାଇଁ ଆର୍ଥିକ ସହାୟତା ନିମନ୍ତେ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଷ୍ଟାର୍ଟଅପ୍ ନୀତି ଅଧୀନରେ ଭିତ୍ତିଭୂମି ବିକାଶ ପାଇଁ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଓଡ଼ିଶା ଷ୍ଟାର୍ଟଅପ୍ ଅଭିବୃଦ୍ଧି ପାଣ୍ଠି ପାଇଁ 20 କୋଟି ଟଙ୍କା, MSME (CM-SRIM)କୁ ସୁଧ ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ପାଇଁ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (PM -FME) ପାଇଁ 45 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ନୂତନ ଫୁଡ୍ ପାର୍କର ବିକାଶ ପାଇଁ ସହାୟତା ଦିଗରେ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ପାଇଁ 35 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
P. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
 
➡️ ବନୀକରଣ ଏବଂ ବନ୍ୟଜନ୍ତୁ କାର୍ଯ୍ୟକଳାପ ପାଇଁ CAMPA ଅଧୀନରେ 1021 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଆମ ଶିମିଳିପାଳ ଯୋଜନା ପାଇଁ 50 କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର ତୋଳାଳି ଯୋଜନା ଅଧୀନରେ 120 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ 75 କୋଟି ଟଙ୍କା, JICA ସହାୟତାରେ ଓଡ଼ିଶା ଜଙ୍ଗଲ କ୍ଷେତ୍ର ବିକାଶ ପ୍ରକଳ୍ପ(OFSDP) ଦ୍ଵିତୀୟ ପର୍ଯ୍ୟାୟ ପାଇଁ 40 କୋଟି ଟଙ୍କା ବ୍ୟୟବରାଦ ରହିଛି।
➡️ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ 40 କୋଟି ଟଙ୍କା, ସବୁଜ ମହାନଦୀ ମିଶନ ପାଇଁ 53 କୋଟି ଟଙ୍କା ଏବଂ ଇକୋ ଟୁରିଜିମ୍ ର ବିକାଶ ଓ ପ୍ରୋତ୍ସାହନ ପାଇଁ 21 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ହାତୀ କରିଡର ପରିଚାଳନା ଓ ବିକାଶ ପାଇଁ 25 କୋଟି ଟଙ୍କା ଏବଂ ହାତୀ ପରିଚାଳନା ପ୍ରକଳ୍ପ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ବ୍ୟବସ୍ଥା ପାଇଁ 75 କୋଟି ଟଙ୍କା, ବନ୍ୟଜନ୍ତୁଙ୍କ ବାସସ୍ଥାନର ସମନ୍ୱିତ ବିକାଶ ପାଇଁ 60 କୋଟି ଟଙ୍କା ଏବଂ ବ୍ୟାଘ୍ର ପ୍ରକଳ୍ପ ପାଇଁ 60 କୋଟି ଟଙ୍କାର ପ୍ରସ୍ତାବ ରହିଛି।
 
Q. ପର୍ଯ୍ୟଟନ ବିକାଶ
 
➡️ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ 800 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି ।
➡️ ପର୍ଯ୍ୟଟନ ଆବାସର ବିକାଶ ଓ ପରିଚାଳନା ପାଇଁ 359 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ପର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ 332 କୋଟି ଟଙ୍କା ଏବଂ ବାରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପାଇଁ 22 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ଘାଟଗାଁ ମା ତାରିଣୀ ପିଠ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
R. ଯୋଜନା ଓ ସଂଯୋଜନ
 
➡️ଯୋଜନା ଓ ସଂଯୋଜନ ବିଭାଗ ପାଇଁ 2,808 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
➡️ଅନୁଦାନ ବାବଦରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦକୁ 500 କୋଟି ଟଙ୍କା, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦକୁ 200 କୋଟି ଟଙ୍କା ଏବଂ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦକୁ 200 କୋଟି ଟଙ୍କା ପ୍ରଦାନ କରାଯାଇଛି ।
➡️ CM- Special Assistance (ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା) ପାଇଁ 500 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️MLALAD ପାଣ୍ଠି ନିମନ୍ତେ 735 କୋଟି ଟଙ୍କା, KBK ବିକାଶ ଯୋଜନା ପାଇଁ 250 କୋଟି ଟଙ୍କା, ସେତୁ ଯୋଜନା ଅଧୀନରେ 50କୋଟି ଟଙ୍କା ଏବଂ କନ୍ଧମାଳ ‘ଓ’ ଗଜପତି ବିକାଶ ଯୋଜନା ପାଇଁ 29 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
S. ବିପର୍ଯ୍ୟୟ ପରିଚାଳନା
 
➡️ବିପର୍ଯ୍ୟୟ ପରିଚାଳନାପାଇଁ 4000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯେଉଁଥିରେ State Disaster Risk Management Fund (SDRMF) ଅଧୀନରେ 2,600 କୋଟି ଟଙ୍କା ଏବଂ National Disaster Risk Management Fund (NDRMF) ଅଧୀନରେ 1,400 କୋଟି ଟଙ୍କା ଅନ୍ତର୍ଭୁକ୍ତ ।
 
T. ଅଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ
 
➡️ନ୍ୟାୟ ପ୍ରଦାନ, ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବା, ଅପରାଧିକ କାର୍ଯ୍ୟର ନିୟନ୍ତ୍ରଣ ତଥା ନିବାରଣ, ଅଗ୍ନିଜନିତ ଦୁର୍ବିପାକର ପରିଚାଳନା ଓ ନିୟନ୍ତ୍ରଣ ଇତ୍ୟାଦି ପାଇଁ 2025-26 ଆର୍ଥିକ ବର୍ଷରେ 10,760 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ବିଭିନ୍ନ ମହାନଗରରେ ଓଡ଼ିଶା ଭବନ ନିର୍ମାଣ ପାଇଁ 75 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ERSS) ପାଇଁ 118 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସ୍ୱତନ୍ତ୍ର POCSO କୋର୍ଟ ସମେତ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (FTSCs)ପାଇଁ 47 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ (CCTNS) ପ୍ରକଳ୍ପ ପାଇଁ 23 କୋଟି ଟଙ୍କା ଏବଂ ପୀଡ଼ିତା କ୍ଷତିପୂରଣ ପାଣ୍ଠି ପାଇଁ 60କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
 
U. ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ
 
➡️ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ 482 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ 194 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ସ୍ମାରକୀଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ପାଇଁ 15 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
➡️ ରାଜ୍ୟ ସଂଗ୍ରହାଳୟରେ ଗ୍ୟାଲେରିର ରକ୍ଷଣାବେକ୍ଷଣ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

By Nirvay

Leave a Reply

Your email address will not be published. Required fields are marked *