ରାଜ୍ୟରେ କନିଷ୍ଠ ଶିକ୍ଷକ ଚୟନ ମାମଲାକୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଓସେପା ପ୍ରକାଶ କରିଥିବା ମେରିଟ୍‌ ଲିଷ୍ଟ୍‌କୁ କାଏମ ରଖିଛନ୍ତି ମାନ୍ୟବର କୋର୍ଟ। ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ। ମେରିଟ୍‌ ସହ ପ୍ରିଫରେନ୍ସକୁ ଗୁରୁତ୍ବ ଦେଇ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲା। ଅନେକ ଆଶାୟୀ ଏହି ରାୟକୁ ଅପେକ୍ଷା କରି ରହିଥିଲେ।

Leave a Reply

Your email address will not be published. Required fields are marked *