କଟକ : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମହମ୍ମଦ ମୋକିମ ତାଙ୍କ ନାମାଙ୍କନ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ। ଯାହା ହାଇକୋର୍ଟରେ ପ୍ରମାଣିତ ହୋଇଥିଲା। ହାଇକୋର୍ଟ ମହମ୍ମଦ ମୋକିମ ସତ୍ୟପାଠରେ ନିୟମ ମୁତାବକ ତଥ୍ୟ ଦେଇନଥିବା ଓ ଅନେକ ତଥ୍ୟ ଲୁଚାଇଥିବା ପ୍ରମାଣ ପାଇବା ପରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

ହାଇକୋର୍ଟ ରାୟ ପରେ ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି।ସେ କହିଛନ୍ତି ଯେ ରାୟରୁ ସ୍ପଷ୍ଟ ହୋଇଛି ଯେ ମହମ୍ମଦ ମୋକିମ କେବେ ବିଧାୟକ ନଥିଲେ।ବାରବାଟୀ-କଟକ ଆସନରୁ ସେ କେବେ ନିର୍ବାଚିତ ହୋଇନାହାନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *