ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ୫ ଶହରୁ ଅଧିକ ଅସ୍ଥାୟୀ ଶିକ୍ଷକ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି, ଦରମା ଓ ଅନ୍ୟାନ୍ୟ ଦାବି ନେଇ କଟକ ବକ୍ସିବଜାରସ୍ଥିତ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଶତାଧିକ ଆଇଟିଆଇ ଅସ୍ଥାୟୀ ଶିକ୍ଷକ ।

ଦାବି ଅନୁସାରେ ପୂର୍ବରୁ ଯେଉଁ ଅତିଥି ପ୍ରଶିକ୍ଷକମାନଙ୍କୁ ବହିଷ୍କାର କରାଯାଇଛି, ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ, ବାର୍ଷିକ କିଛି ଦିନ ଦେୟଯୁକ୍ତ ଛୁଟି ସମେତ ମହିଳା ପ୍ରଶିକ୍ଷକମାନଙ୍କୁ ମାତୃତ୍ବ ଛୁଟି ପ୍ରଦାନ କରାଯାଉ । ଏହା ସହ ପ୍ରତି କ୍ଲାସ୍ ହିସାବରେ ମିଳୁଥିବା ପଇସାକୁ ମାସିକ ସ୍ଥିର ଦରମା କରିବା ସହ ଜଣେ ନିୟମିତ ପ୍ରଶିକ୍ଷକଙ୍କ ସର୍ବନିମ୍ନ ଦରମା ଯାହା ତାହା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶିକ୍ଷକ।

ସୂଚନା ମୁତାବକ; ସରକାରୀ ଆଇଟିଆଇରେ ପଢିବାପାଇଁ ଛାତ୍ରଛାତ୍ରୀ ବେଶ୍‍ ଆଗ୍ରହ ପ୍ରକାଶ କରୁଥିବାବେଳେ ପ୍ରମୁଖ ଆଇଟିଆଇ ଶିକ୍ଷାନୁଷ୍ଠାନରେ ପଢାଇବାକୁ ଶିକ୍ଷକ ପଦ ଖାଲିପଡ଼ିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ରାଜ୍ୟରେ ରହିଛି ୭୨ଟି ସରକାରୀ ଆଇଟିଆଇ । ୨୦୨୩-୨୪ ଶିକ୍ଷାବର୍ଷରେ ଏହିସବୁ ଶିକ୍ଷାନୁଷ୍ଠାନରେ ୨୩,୧୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ସମସ୍ତ କଲେଜରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ବିଭିନ୍ନ କଲେଜରେ ଶିକ୍ଷକ ଅଭାବ ଥିବା ବେଳେ ଅତିଥି ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି କଣ ପାଇ ମିଳୁନି ତାହାକୁ ନେଇ ପ୍ରଶ୍ନ ଉଠିଛି ।

 

Leave a Reply

Your email address will not be published. Required fields are marked *