ଡିଜିଟାଲ୍ କାରବାରକୁ ଅଧିକ ଲୋକପ୍ରିୟ ଓ ସୁଲଭ କରିବା ପାଇଁ କେନ୍ଦ୍ର ସରକାର ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସ୍ବତନ୍ତ୍ର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଏବଂ RuPay ଡେବିଟ୍ କାର୍ଡ ନେଣଦେଣ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଏହି ନିୟମ ଅନୁସାରେ, କୌଣସି ବ୍ୟାଙ୍କ, ସିଷ୍ଟମ୍ ପ୍ରୋଭାଇଡର୍ କିମ୍ବା ପେମେଣ୍ଟ ଆପ୍ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। ଦୈନନ୍ଦିନ ଛୋଟଛୋଟ କାରବାର କରୁଥିବା ପନିପରିବା ବିକ୍ରେତା, ଚା’ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଗ୍ରାହକମାନେ ଏହି ନିଷ୍ପତ୍ତି ଦ୍ୱାରା ସାଧାରଣତଃ ସବୁଠାରୁ ଅଧିକ ଲାଭବାନ ହେବେ। ସେହିପରି ଭାରତର ନିଜସ୍ୱ ‘RuPay’ ଡେବିଟ୍ କାର୍ଡ ବ୍ୟବହାରକୁ ଆହୁରି ବ୍ୟାପକ କରିବା ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କାରବାରକୁ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦେଶର କୋଣଅନୁକୋଣରେ ଡିଜିଟାଲ୍ ପେମେଣ୍ଟର ପହଞ୍ଚ ବୃଦ୍ଧି କରିବାରେ ଏବଂ ନଗଦ ଟଙ୍କା ଉପରେ ନିର୍ଭରଶୀଳତା କମାଇବା ,ଜାଲ୍ ନୋଟ୍ କାରବାର କମିବ ଏବଂ ପ୍ରତ୍ୟେକ ନେଣଦେଣର ସଠିକ୍ ହିସାବ ରହିବାରେ ସହାୟକ ହେବ। Post navigation Nuakhai 2026: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ Major Security Lapse at Delhi Airport: ଏୟାର ଇଣ୍ଡିଆକୁ ସୋ-କଜ୍ ନୋଟିସ୍ ଜାରି