ବିମାନ ସେବା ଯୋଗାଣକାରୀ ସଂସ୍ଥା ‘ଏୟାର ଇଣ୍ଡିଆ’କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ମନ୍ତ୍ରଣାଳୟ ଏହି ପଦକ୍ଷେପ ଗ୍ରହଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରୁ ୩ ଜଣ ବିଦେଶୀ ନାଗରିକ ବିନା ଇମିଗ୍ରେସନ୍ ପ୍ରକ୍ରିୟାରେ ଯାତ୍ରା କରିଥିଲେ। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ଗାଫିଲତି ଓ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ମନ୍ତ୍ରଣାଳୟ ଏୟାର ଇଣ୍ଡିଆକୁ ଜବାବ ମାଗିବା ସହ କାରଣ ଦର୍ଶାଅ ନୋଟିସ୍ ପଠାଇଛି।

 

 

Leave a Reply

Your email address will not be published. Required fields are marked *