ମୁମ୍ବାଇ: ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ । ୮୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଶିବସେନା ନେତାର ଏହି ବରିଷ୍ଠ । ଗୁରୁବାର ରାତି ୩ଟା ୦୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଫେବ୍ରୁଆରୀ ୨୧ରେ ମନୋହର ଯୋଶୀଙ୍କୁ ହାର୍ଟଆଟାକ୍ ଆସିଥିଲେ । ପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଦିନ ୨ଟାରେ ମୁମ୍ବାଇର ଦାଦର ଶ୍ମଶାନରେ ମନୋହର ଯୋଶୀଙ୍କ ଅନ୍ତିମ ସଂସ୍କର ହେବ ।

୧୯୯୫ରୁ ୧୯୯୯ ମଧ୍ୟରେ ମନୋହର ଯୋଶୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ । ଶିବସେନା-ବିଜେପି ମେଣ୍ଟ ସରକାରରେ ସେ ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ସେହିପରି ୨୦୦୨ରେ ଲୋକସଭାକୁ ନିର୍ବାଚିତ ହୋଇଛି ୨ ବର୍ଷ ପାଇଁ ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି । ଶିକ୍ଷକତାରୁ କ୍ୟାରିୟର ଆରମ୍ଭ କରିଥିବା ମନୋହର ଯୋଶୀ ୧୯୬୭ରେ ରାଜନୀତିରେ ପ୍ରବେଶ କରିଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ରାଜନୀତିରେ ସକ୍ରିୟ ଥିଲେ ।

ମନୋହର ଯୋଶୀ ଶିବସେନା ପ୍ରତିଷ୍ଠାତା ବାଲସାହେବ୍ ଠାକରେଙ୍କ ଅତି ଘନିଷ୍ଠ ଥିଲେ । ଶିବସେନା ପକ୍ଷରୁ ସେ ବିଧାନ ପରିଷଦକୁ ପ୍ରଥମେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୭୬ରେ ଏକ ବର୍ଷ ପାଇଁ ମୁମ୍ବାଇର ମେୟର ହୋଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *