ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚାଲିଥିବା ଏହି କପରେ ନୀରଜ ୮୨.୨୭ ମିଟର ଜାଭଲିନ୍ ଥ୍ରୋ କରି ସଫଳତା ହାସଲ କରିଛନ୍ତି । ଡୋପୀ ମନୁଙ୍କୁ ପଛରେ ପକାଇ ନୀରଜ ସ୍ୱର୍ଣର୍ ପଦକ ଜିତିଛନ୍ତି ।

ଭାରତର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୨୭ ତମ ନ୍ୟାସନାଲ ଫେଡେରେସନ କପରେ ସୁନ୍ଦର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପ୍ୟାରିସ ଅଲମ୍ପିକ ୨୦୨୪ ପୂର୍ବରୁ ନୀରଜ ଫର୍ମକୁ ଫେରିବା ଭାରତ ପାଇଁ ପୁଣି ଆଶା ସଂଚାର କରିଛି ।

ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ ସେ ଅଂଶଗ୍ରହଣ କରି ନ ଥିଲେ। ଡିପି ମନୁ ୮୨.୦୬ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଉତ୍ତମ ୭୮.୩୯ ମିଟର ସହିତ ତୃତୀୟ ସ୍ଥାନରେ ରହିଥିଲେ।

ନୀରଜ ଶେଷଥର ପାଇଁ ୧୭ ମାର୍ଚ୍ଚ ୨୦୨୧ ରେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୮୭.୮୦ ମିଟର ଫିଙ୍ଗିଥିଲେ। ଏହାପରେ ସେ ଟୋକିଓରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ୨୦୨୨ ଡାଇମଣ୍ଡ ଲିଗରେ ଚାମ୍ପିଅନ, ୨୦୨୩ରେ ବିଶ୍ୱ ଚାମ୍ପିଅନ ଏବଂ ଚାଇନାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମ୍ସରେ ନିଜର ସ୍ବର୍ଣ୍ଣକୁ ବଜାୟ ରଖିଥିଲେ।

Leave a Reply

Your email address will not be published. Required fields are marked *