ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା, ଟମାଟୋ ମାଡ କଲା ଛାତ୍ର କଂଗ୍ରେସ । କନିଷ୍ଠ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରତିବାଦର ଅଣ୍ଡା, ଟମାଟୋ ମାଡ । ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ସହ ଘଟଣାର ନ୍ୟାୟିକ ତଦନ୍ତ ଦାବି ।

 

ନିକଟରେ ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି ପ୍ରେସମିଟରେ ଆରୋପ ଲଗାଇଥିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ରାଜ୍ୟରେ ସରକାରୀ ଚାକିରି ବିକ୍ରି ହେଉଛି ବୋଲି କହିଥିଲେ ଅନିଲ ବିଶ୍ୱାଳ । ୨୦ ହଜାର ଶିକ୍ଷକ ପଦବୀରୁ ଅଧାରୁ ଅଧିକ ଚାକିରି ସରକାର ବିକିଛନ୍ତି । ଗୋଟିଏ ଗୋଟିଏ ଚାକିରି ପିଛା ୧୦ ଲକ୍ଷ କମିଶନ କାରବାର ହୋଇଛି । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ପଶ୍ଚିମବଙ୍ଗକୁ ଟପି ଗଲାଣି । ପଶ୍ଚିମବଙ୍ଗ ଭଳି ଓଡିଶାର ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ କିଏ?ବୋଲି କହିଥିଲେ ଅନୀଲ ବିଶ୍ୱାଳ ।

By Nirvay

Leave a Reply

Your email address will not be published. Required fields are marked *