ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଫେବୃଆରୀରେ ଭାରତ ଜୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସର ନିର୍ବାଚନୀ ଆଭିମୁଖ୍ୟ କ’ଣ ହେବ ତା’ର ଏକ ସମ୍ୟକ ସୂଚନା ମିଳିଛି ପ୍ରଭାରୀ ଅଜୟ କୁମାରଙ୍କ ସାମ୍ବାଦିକ ସମ୍ମିଳନୀରୁ । ସାମ୍ବାଦିକମାନଙ୍କ ଆଗରେ ଅଜୟ ବିଜଦର ନୂଆ ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଯେଭଳି ଟାର୍ଗେଟ କରିଛନ୍ତି, ସେଥିରୁ ପ୍ରମାଣ ମିଳୁଛି ଯେ, ଆସନ୍ତା ନିର୍ବାଚନରେ ସେ ହିଁ ହେବେ କଂଗ୍ରେସର ବଡ଼ ପ୍ରସଙ୍ଗ ।

ବିଜଦରେ ପାଣ୍ଡିଆନଙ୍କ ଉତ୍ତରଣ ଓ ପ୍ରଭାବ ସହିତ ଓଡ଼ିଆ ଅସ୍ମିତାକୁ ଜୋଡ଼ି ଦେଇଥିଲେ ଅଜୟ କୁମାର । ଆଣିଥିଲେ ବିଜୁ ବାବୁଙ୍କୁ । ବିଜଦ ପୋଷ୍ଟରରେ ବିଜୁ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ । କହିଥିଲେ, ରାଜ୍ୟରେ ଏକ ବିଚିତ୍ର ସ୍ଥିତି ଦେଖିôବାକୁ ମିଳୁଛି । ସେମାନେ ବିରୋଧୀ ଦଳ ହୋଇ ମଧ୍ୟ ବିଜୁ ବାବୁଙ୍କୁ ସମ୍ମାନ କରନ୍ତି । ବିଜୁ ବାବୁ ଓଡ଼ିଶାର ଜଣେ ବରପୁତ୍ର । କିନ୍ତୁ ଦିନକୁ ଦିନ ଓଡ଼ିଶାରେ ବିଶେଷକରି ରାଜନୀତିରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢ଼ୁଛି । ଯେପରି ବିଜୁଙ୍କ ଫଟୋକୁ ବିଜଦ ପୋଷ୍ଟରରୁ ଆଉଟ କରି ପାନ୍ଦିଆନଙ୍କ ଫଟୋକୁ ଇନ କରାଯାଇଛି, ତାହା ଦର୍ଶାଉଛି ଯେ ନବୀନଙ୍କ ଫଟୋ ଏହାପରେ ଗାଏବ ହୋଇଯିବ ।

By Nirvay

Leave a Reply

Your email address will not be published. Required fields are marked *