ଦେବଗଡ଼ ଜିଲ୍ଲା କିଛି ଅଞ୍ଚଳ ଓ ଛେଣ୍ଡିପଦାରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ସୋମବାର ବିଳମ୍ବିତ ରାତିରେ କିଛି ସେକେଣ୍ଡ ପାଇଁ ଭୂମି କମ୍ପିବା ପରେ ଭୟଭୀତ ହୋଇ ସ୍ଥାନୀୟ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ଭୂପୃଷ୍ଠରୁ ପ୍ରାୟ ୨୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଥିବା ରେକର୍ଡ କରାଯାଇଛି। ତେବେ ସୌଭାଗ୍ୟବଶତଃ, ଏହି ଭୂକମ୍ପ ଝଟକା ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଆହାତ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *