ଏମଏମଡିଆର ସଂଶୋଧିତ ଅଧିନିୟମ ରଦ୍ଦ ଦାବିରେ କଂଗ୍ରେସ ନେତୃତ୍ବରେ ଇଣ୍ଡିଆ ବ୍ଲକ୍ର ସମସ୍ତ ସହଯୋଗୀ ଦଳମାନେ ୨୯ ତାରିଖ ମଙ୍ଗଳବାର ବିଧାନସଭା ଘେରାଉ କରିବେ ବୋଲି ଘୋଷଣା କରିଥିଲେ । ତେବେ ଏହି ଘେରାଓ ସଫଳ କରାଇ ନଦେବାକୁ ରାଜ୍ୟର ବିଜେପି ସରକାର ସୋମବାର ରାତିରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସରକାର ଯଦି ଭାବୁଥାନ୍ତି ଏହାଦ୍ବାରା ଡବଲ-ଇଂଜିନ ସରକାର ରକ୍ଷା ପାଇଯିବେ ତାହା ବଡ଼ ଭୁଲ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଭୁବନେଶ୍ବର ଆସି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ‘ପରିବର୍ତ୍ତନ ରାଲି’ରେ ଭାଗ ନେଇ ଏମଏମଡିଆର ସଂଶୋଧନ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରି ସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବେ ଓ ବିଧାନସଭା ବଦଳରେ ଲୋୟର ପିଏମ୍ଜିଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟବ୍ୟାପୀ ଦଳର ଅଗଣିତ ନେତା ଓ କର୍ମୀଙ୍କୁ ଅନୁରୋଧ କରି ଶ୍ରୀ ଦାସ କହିଛନ୍ତି, ବିଜେପି ସରକାରର ଚକ୍ରାନ୍ତକୁ ଜବାବ ଦେବା ପାଇଁ ସେମାନେ ଆହୁରି ଅଧିକ ସଂଖ୍ୟାରେ ଭୁବନେଶ୍ବର ଆସନ୍ତୁ । Post navigation CAG Report Presented in Assembly: ବିଧାନସଭାରେ ସିଏଜି ରିପୋର୍ଟ, ବିଭିନ୍ନ ଅନିୟମିତତା ଧରାପଡ଼ିଲା