ଭୁବନେଶ୍ୱର : ଆଜିଠୁ ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ଆହୁରି ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଡ୍ରାଇଭରମାନେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି । ଓଡ଼ିଶାରେ ବି ଏହାର ପ୍ରଭାବ ତୀବ୍ର ହେବାକୁ ଯାଉଛି । ଆଜିଠାରୁ ଏହାକୁ ଜୋରଦାର କରାଯିବ ।

ବସ, ଟ୍ରକ୍‍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଆନ୍ଦୋଳନରେ ସାମିଲ ହେବେ । ଫଳରେ ସାରା ରାଜ୍ୟରେ ଜନଜୀବନ ଠପ୍ ହୋଇଯିବା ଆଶଙ୍କା ଦେଖା ଦେଲାଣି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଆଜି ରାତିରୁ ବସ୍ ଚଳାଚଳ କମିଯିବ । ସେହିଭଳି ଟ୍ରକ୍ ଚଳାଚଳ ବନ୍ଦ ହେବାର ଆଶଙ୍କା ରହିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରଭାବିତ ହୋଇପାରେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ କହିଛି । ସେପଟେ ମଣ୍ଡିକୁ ଧାନ ଆସିପାରୁନଥିବାରୁ ଚାଷୀ ଚିନ୍ତାରେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *