ଏଣିିକି ରେଳରେ ଯାଇ ହେବ ଦଶପଲ୍ଲା । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେଲା ଦଶପଲ୍ଲା । ଆଜି ଦଶପଲ୍ଲା ଷ୍ଟେସନର ଉଦଘାଟନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ।

ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିଥିଲା । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଞ୍ଚିଥିଲା । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁ ସଂଧ୍ୟା ୬ଟାରେ ବାହାରି ପୂର୍ବ ନିର୍ଘଣ୍ଟ ଅନୁସାରେ ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଞ୍ଚିବ । ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଞ୍ଚିଥିଲା । ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ ଯୋଡି ହୋଇଥିବା ଅନେକ ଉପାନ୍ତ ଅଂଚଳର ଲୋକମାନେ ଉପକୃତ ହେବେ । ଏହା ସହ ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ପ୍ରଦାନ କରିବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *