କଟକ ନିଆଳି ଅଞ୍ଚଳରୁ ସଂଗୃହୀତ ପନିରରେ ଅପମିଶ୍ରଣ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ନିଆଳି ପନିରରେ ବହୁ ପରିମାଣରେ ମଇଦା ଏବଂ ଡିଟରଜେଣ୍ଟ ମିଶ୍ରଣ କରାଯାଉଥିବା ନେଇ KMC ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ କରିଛନ୍ତି।

କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଜବତ କରାଯାଇଥିବା ୨୩ କ୍ବିଣ୍ଟାଲ ପନିରର ନମୁନା ପରୀକ୍ଷା ପାଇଁ ହରିୟାଣା ସ୍ଥିତ ପ୍ରଶିକ୍ଷିତ ଲ୍ୟାବକୁ ପଠାଯାଇଥିବା ବେଳେ ସେଠାରୁ ଆସିଥିବା ପରୀକ୍ଷା ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ଖବର ପଦାକୁ ଆସିଛି। ଏହି ରିପୋର୍ଟ ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇସାରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପନିରକୁ ଅଧିକ ନରମ ଓ ସଫ୍ଟ ଦେଖାଇବା ପାଇଁ ଅସାଧୁ ବ୍ୟବସାୟୀମାନେ ଏଥିରେ ଡିଟରଜେଣ୍ଟ ମିଶାଉଥିଲେ। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ଏହି ଅମାନୁଷିକ କାର୍ଯ୍ୟ ବିରୋଧରେ ଖାଦ୍ୟ ସୁରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଗାମୀ ଦିନରେ ଅତି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *