କୃଷି ବିଭାଗର କାର୍ଯ୍ୟଶୈଳୀକୁ ନେଇ ଉଦ୍ୟାନକୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସରାକରଙ୍କ ପାଖକୁ ରିପୋର୍ଟ ଆସୁ ନଥିବାରୁ ଉଦବେଗ ପ୍ରକାଶ କଲେ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।  କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ହର୍ଟିକଲଚର ଅଫିସର ସମ୍ମିଳନୀରେ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଚେତାବନୀ ଦେଇଛନ୍ତି।

ଉଦ୍ୟାନ କୃଷି ବିଭାଗର ଅଧିକାରୀଙ୍କୁ କଡ଼ା ତାଗିଦ କରି ଚାଷୀଙ୍କ ଟୁର୍‌ ଓ ଖର୍ଚ୍ଚର ସମ୍ପୂର୍ଣ୍ଣ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ କହିଛନ୍ତି କେଭି ସିଂଦେଓ। ବାହାର ରାଜ୍ୟ ଓ ଦେଶକୁ ଯାଇଥିବା ଚାଷୀମାନେ କଣ ଶିଖିଲେ, ତାହାର ରିପୋର୍ଟ ଓ ଭିଡିଓ ମଧ୍ୟ ଦାଖଲ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଅଧିକାରୀମାନଙ୍କୁ ଚେତାବନୀ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ସରକାର ଚଲାଉଛୁ, ନମାନିଲେ ଘରକୁ ପଳାଅ”। ଏହାସହ କୋଲ୍ଡ ଷ୍ଟୋରେଜ୍ (ଶୀତଳ ଭଣ୍ଡାର) ପାଇଁ ୫୮ କୋଟି ଟଙ୍କା ଘୋଷଣା କରାଯାଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଶୂନ ରହିବାକୁ ନେଇ ସେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏବଂ ସରକାରଙ୍କୁ ଭ୍ରମିତ କଲେ କିମ୍ବା କାର୍ଯ୍ୟରେ ଅବହେଳା କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଅଧିକାରୀମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *