ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ବ ତୁଲାଇବେ ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର। ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ଯିବେ ମୁମ୍ବାଇ। ଏହି ସମୟରେ ଦଳର ଦାୟିତ୍ବ ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର ହାତରେ ଦେଇଥିବାର ସୂଚନା ମିଳିଛି । ସୁୁପ୍ରିମୋଙ୍କ ଅନୁପସ୍ଥିତ ବେଳେ ବିଜେଡିର ଉପ ସଭାପତି ଦେବୀ ମିଶ୍ର ଦାୟିତ୍ବ ସମ୍ପାଦନ କରିବେ ।

ଏହି ନିଷ୍ପତ୍ତି ପରେ ଦେବୀ ମିଶ୍ର କହିଛନ୍ତି ନବୀନ ବାବୁ ଅଳ୍ପ ଦିନ ପାଇଁ ଯାଉଛନ୍ତି। କାଲି ଦିନ ୧୦ଟାରେ ମୁମ୍ବାଇ ପାଇଁ ବାହାରିବେ । ତାଙ୍କ ପ୍ରତି ଜଗନ୍ନାଥଙ୍କ କରୁଣା ଅଛି ସେ ଶୀଘ୍ର ଭଲ ହୋଇ ଆସିବେ ।  ଦଳ ଭିତରେ ଅସନ୍ତୁଷ୍ଟକୁ ନେଇ ଦେବୀ ମିଶ୍ର କହିଛନ୍ତି, ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି ।

Leave a Reply

Your email address will not be published. Required fields are marked *