ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।

ପ୍ରକାଶଥାଉକି, ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ହିମାଂଶୁ ସାହୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ବବି ଦାସ ପଠାଇଥିବା କହିଥିଲେ । ବିଧାୟକ ଙ୍କ ଚେନ ମଧ୍ୟ ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି |ଏ ନେଇ ନିଜେ ବିଧାୟକ ଅଭିଯୋଗ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *