ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୃଦୁଢ କରିବାକୁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ସୃଷ୍ଟି ହୋଇଛି ୨ ହଜାର ୫୦୦ ଗୃହରକ୍ଷୀ ପଦବୀ । ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି ।

ଅନ୍ୟପଟେ ବର୍ତ୍ତମାନ ୧୭ ହଜାର ୬୭୫ ଗୃହରକ୍ଷୀ ପଦବୀ ରହିଥିବା ବେଳେ ନୂଆ ପଦବୀ ସୃଷ୍ଟି ହେବା ପରେ ମୋଟ ୨୦ ହଜାର ୧୭୫ରେ ପହଂଚିଲା ଗୃହରକ୍ଷୀ ପଦବୀ ସଂଖ୍ୟା।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଏନେଇ ଅନୁମୋଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *