ଭୁବନେଶ୍ଵର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା।

ତେବେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି। ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି। ତେଣୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।

ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି। କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ।

By Nirvay

Leave a Reply

Your email address will not be published. Required fields are marked *