ଜଗତସିଂହପୁର କଲେଜ ଛକ ନିକଟରେ ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଡ୍ରଗ୍ସ ମାଫିଆଙ୍କ ସଂଘାତିକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ପୋଲିସ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୁଖ୍ୟାତ ଡ୍ରଗ୍ସ ମାଫିଆ ଭିକି ପରିଜା ଓ ଜାକି ପରିଜାଙ୍କୁ ଗିରଫ କରିଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି। ପୋଲିସ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

 

 

Leave a Reply

Your email address will not be published. Required fields are marked *