ବିଧାନସଭା ଗୃହରୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି । ଗୃହରେ ଘଟିଥିବା ବିଶୃଙ୍କଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ବାଚସ୍ପତି ସୁରମା ପାଢୀ ତାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ।

ଅନ୍ୟପଟେ ସସ୍‌ପେଣ୍ଡ ନିର୍ଦ୍ଦେଶ ପରେ ଗୃହରେ ଧାରଣା ଦେଇଛନ୍ତି ତାରାଙ୍କ ସହ ଅନ୍ୟ କଂଗ୍ରେସ ସଦସ୍ୟ । ମୁହଁରେ ପଟି ବାନ୍ଧି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ତାରାଙ୍କୁ ଗୃହ ବାହାରକୁ ନେବା ପାଇଁ ମାର୍ସଲଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ; ବିଧାନସଭାରେ ଗତକାଲିରେ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ମାଡ଼ିଆସି ମାଇକ୍ ଭାଙ୍ଗିଦେଇଥିଲେ ତାରା ଓ ଆଜି ବି ଗୃହରେ ହଙ୍ଗାମା କରିଥିଲେ । ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାରାଙ୍କ ବିରୋଧରେ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳର ମୁଖ୍ୟ ସଚେତକ । ୭ ଦିନ ପାଇଁ ନିଲମ୍ବନ ହେବାକୁ ପ୍ରସ୍ତାବ ଆସିଥିବା ବେଳେ ବାଚସ୍ପତି ତାଙ୍କୁ ନିଲମ୍ବନ କରିଛନ୍ତି ।

Leave a Reply

Your email address will not be published. Required fields are marked *