କେନ୍ଦ୍ରାପଡ଼ା ତିଖିରୀ ପଞ୍ଚାୟତର ବହୁତ ଚର୍ଚ୍ଚିତ ସରପଞ୍ଚ ଚମେଲି ଓଝାଙ୍କ ବିରୋଧରେ ପୋଲିସ ପ୍ରଶାସନର ବେଆଇନ କାର୍ଯ୍ୟାନୁଷ୍ଠାନ ତଥା ଶାରୀରିକ ନିର୍ଯାତନାରେ ପୀଡିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଚମେଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପହଞ୍ଚିଥିଲେ । ପିସିସି ସଭାପତି ଦାସ ସରପଞ୍ଚ ଚମେଲୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ଏଠାକୁ ଭେଟିବାକୁ ଆସିଥିଲୁ, ଚମେଲୀ ଅସୁସ୍ଥ ଅଛନ୍ତି । କିନ୍ତୁ ତାଙ୍କ ଦେହରେ ସାଲାଇନ ଲାଗିଥିବା ସତ୍ୱେ ତାହା କାଢି ତରବରିଆ ଭାବରେ ପୁଣି ଜେଲକୁ ପଠାଇ ଦିଆଗଲା । ତାଙ୍କ ଦେହରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ ଦେଖିଲୁ । ପୂର୍ବରୁ ତାଙ୍କୁ ଜେଲକୁ ନେଇଥିଲେ କିନ୍ତୁ ଜେଲ ଅଧିକ୍ଷକ ଏଇ ଅବସ୍ଥାରେ ଏଠାରେ ତାଙ୍କୁ ରଖି ହେବନି ବୋଲି ପୁଣି ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ପଠାଇ ଦେଇଥିଲେ ବୋଲି ପିସିସି ସଭାପତି କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଏଥିରେ କିଛି ଷଡଯନ୍ତ୍ର ଅଛି । ନ ହେଲେ ଏକ ସାଧାରଣ କେସରେ ଜାମିନବିହୀନ ଧାରା କେମିତି ଲଗାଗଲା । କଣ ସେ ଜୀବନରେ କାହାକୁ ମାରିବା ପାଇଁ ଧମକ ଦେଇଥିଲା ବୋଲି ଦାସ ପ୍ରଶ୍ନ କରିଛନ୍ତି । ଯେତେ ଭିଡିଓ ଆସିଛି ସେଥିରେ ଏଭଳି କିଛି ନାହିଁ । ଯଦି ବିଡ଼ିଓ ଧର୍ଯ୍ୟର ସହ ଶୁଣି ପାରିଲେ ନାହିଁ ତେବେ ସେ ଚାମେଲୀଙ୍କୁ ସମ୍ମାନର ସହ ଫେରାଇ ଦେଇଥାନ୍ତେ । ବାରମ୍ବାର ଜନ ପ୍ରତିନିଧି ପୁଣି ମହିଳା ପ୍ରତିନିଧିଙ୍କ ଉପରେ ଏଭଳି ଅତ୍ୟାଚାର କାହିଁକି ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପୂର୍ବରୁ ଆସି ସାକ୍ଷାତ କରିଛନ୍ତି । ପୁଣି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଆସି ସାକ୍ଷlତକରି ପିସିସି ସଭାପତିଙ୍କୁ ସମସ୍ତ ବିବରଣୀ ଦେଇଛନ୍ତି । ଯାହା ଲାଗୁଛି ତାଙ୍କୁ ଷଡଯନ୍ତ୍ର କରି ଜୀବନପ୍ରତି ବିପଦ ଆଶଙ୍କା ଅଛି । କଂଗ୍ରେସ ଦାବି କରୁଛି ସରକାର ଏହାକୁ ଗୁରୁତର ସହ ଗ୍ରହଣ କରନ୍ତୁ ଓ ସରପଞ୍ଚ ଚାମେଲୀ ମାଝୀଙ୍କୁ ଏଠାରୁ ତୁରନ୍ତ ଭଲ ଓ ବଡ କିମ୍ବା ଏମ୍ସ ଭୁବନେଶ୍ୱରରେ ରଖି ଚିକିତ୍ସା କରନ୍ତୁ । ସେ ସୁସ୍ଥ ହୁଅନ୍ତୁ ଏବଂ ତାଙ୍କୁ ନ୍ୟାୟ ମିଳୁ । ନ୍ୟାୟ ନ ମିଳିଳେ କଂଗ୍ରେସ ଲଢେଇ କରିବ ବୋଲି ଦାସ କହିଛନ୍ତି । ଅନ୍ୟ ଏକ ବିବୃତିରେ ପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାସ କହିଛନ୍ତି ଯେ ଚାମେଲୀଙ୍କ ଅବସ୍ଥା ଗୁରୁତର ଅଛି ତେଣୁ ଉତ୍ତମ ଚିକିତ୍ସlର ଆବଶ୍ୟକତା ଅଛି । ଯାହା ସୂଚନା ମିଳୁଛି, ଏହି ଘଟଣାରେ ମହାକାଳପଡା ବିଧାୟକ ସମ୍ପୃକ୍ତ ଅଛନ୍ତି । ଗୋଟିଏ ଦୁର୍ନୀତି ଇସ୍ୟୁରେ ଚମେଲୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି ବୋଲି ଶୁଣାଯାଉଛି ବୋଲି ଦାସ କହିଛନ୍ତି । ପିସିସି ସଭାପତିଙ୍କ ସହ ଏହି ଅନୁଧ୍ୟାନ ଦଳରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ମିଲନ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । Post navigation Chameli Ojha Row Escalates: ଜେଲ୍ରେ ଅସୁସ୍ଥ ହେବାରୁ ତିଖିରି ସରପଞ୍ଚ ଚାମେଲି ଓଝା ପୁଣି ଥରେ ମେଡିକାଲ୍ରେ ଭର୍ତ୍ତି