ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ। ଜୁନ୍ ୧୪ ହେଉଛି ‘ପହିଲି ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣପର୍ବ ପାଇଁ ସାରା ଓଡ଼ିଶା ଏବେ ପ୍ରଫୁଲ୍ଲିତ। ପହିଲି ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଗଣପର୍ବ ‘ରଜ’ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା । ସେହିପରି ଏହି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଓଡ଼ିଶାର ସମୃଦ୍ଧି ଓ ସୁଖଶାନ୍ତି କାମନା କରିଛନ୍ତି। ସେ କହିଛନ୍ତି ଏହି ପର୍ବ ସହ ଆମ କୃଷି ସଂସ୍କୃତିର ନିବିଡ଼ ସମ୍ପର୍କ ରହିଛି। ରଜ ପର୍ବର ସମାପ୍ତି ପରେ ହିଁ ଓଡ଼ିଶାରେ ବିଧିବଦ୍ଧ ଭାବେ ଚାଷ କାର୍ଯ୍ୟ ଅନୁକୂଳ ହୋଇଥାଏ। ବସୁଧା ମାତାଙ୍କୁ ସମ୍ମାନ ଜଣାଇବାର ଏହି ଅନନ୍ୟ ପରମ୍ପରା ଆମ ସଂସ୍କୃତିର ମହାନତାକୁ ଦର୍ଶାଏ। ଏହି ଅବସରରେ ରାଜ୍ୟର ସମସ୍ତ ଭାଇଭଉଣୀ ଓ ବିଶେଷ କରି କୃଷକ ଭାଇମାନଙ୍କର ଉନ୍ନତି କାମନା କରିଛନ୍ତି । Post navigation Sandalwood Tree Cut Down From Jayadeva Bhavan: ଜୟଦେବ ଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ