କୋଟିଆକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ସରକାରୀ ସୁବିଧା-ସୁଯୋଗ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ଯାଇପାରିବା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ସେ କହିଛନ୍ତି କଂଗ୍ରେସ ପ୍ରତିନିଧି ଦଳ କୋଟିଆ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। କୋଟିଆ ଅଞ୍ଚଳରେ ବ୍ୟାଙ୍କିଗ୍ ସୁବିଧା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ, ଏପରିକି ବାର୍ଷିକ ଭାଟ ପାଇଁ ବୁଢାମାନଙ୍କୁ ୨୨ କିଲୋମିଟର ଦୂରକୁ ଯିବାକୁ ପଡୁଛି।

ସେହିପରି ଆନ୍ଧ୍ରର ଚେକ ପୋଷ୍ଟ ରହିଛି, କିନ୍ତୁ ସୀମାନ୍ତ ଅଂଚଳର ସବୁ ସ୍ଥାନରେ ରାଜ୍ୟ ସରକାର ଚେକପୋଷ୍ଟ କିମ୍ବା ପୋଲିସ ବଳ ନାହାନ୍ତି । କୋଟିଆରେ ଆନ୍ଧ୍ର ସରକାର ପଠାପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କା ଷ୍ଟାଇପେନ ସାହ ବୃଦ୍ଧାଙ୍କୁ ୪ ହଜାର ପେନସନ ଦେଉଛନ୍ତି ।

ଭକ୍ତ ଦାସ ଆଉ ମଧ୍ୟ କହିଛନ୍ତି କୋଟିଆବାସୀଙ୍କର ଦୁଇଟା ପରିଚୟପାତ୍ର,ରାସନକାର୍ଡ ଏବଂ ଆଧାରକାର୍ଡ଼ ରହିଛି । କେନ୍ଦ୍ର ସରକାର Sir କରିଥିଲେ କିନ୍ତୁ କୋଟିଆ ରେ SIR ଫେଲ ମାରିଛି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ କଂଗ୍ରେସ ସରକାରଙ୍କ ପାଖରେ ବିଭିନ୍ନ ଦାବି ରଖିଛି ।

କଂଗ୍ରେସ ଦାବିଗୁଡ଼ିକ ହେଲା :

୧. କୋଟିଆର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ବିକାଶ ବୋର୍ଡ ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ।

୨. ସମ୍ବେଦିନଶୀଳ ସୀମାନ୍ତ ଗ୍ରାମଗୁଡିକରେ ପୋଲିସ ବଳ ନିୟୋଜିତ କରନ୍ତୁ ।

୩. ସ୍ଥାୟୀ ବ୍ୟାଙ୍କଙ୍ଗ ସୁବିଧା ସହ ସରକାରୀ ଅର୍ଥ ପ୍ରଧାନ କରନ୍ତୁ ।

୪. ପେନସନ ଏବଂ ଛାତ୍ରବୃଦ୍ଧି ସମସ୍ୟାର ସମୀକ୍ଷା କରି ହିତାଧିକାରୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରନ୍ତୁ ।

୫. ପରିଚୟପାତ୍ର ଓ ଭୋଟର ତାଲିକା ନିରାପକ୍ଷ ଯାଞ୍ଚ ହେଉ ।

୬. କୋଟିଆ ସୀମା ବିବାଦ ସମ୍ପର୍କ ଆଇନଗତ ଓ ସାମ୍ବିଧାନିକ ପଦକ୍ଷପ ସୃଧୁଡ କରାଯାଉ ।

୭. କୋଟିଆ ପ୍ରତେକ ଗ୍ରାମ ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା ପ୍ରସ୍ତୁତ କରାଯିବ ସହ ସମୟ ବଢ଼ କାଯ୍ୟକାରିତା ସୁନିଶ୍ଚିତ କରାଯାଉ ।

Leave a Reply

Your email address will not be published. Required fields are marked *