ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସୁଧାର ଓ ଶିକ୍ଷକମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ତୋଷାଳି ଭବନରେ ଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି ସଦସ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ଏହି ବୈଠକରେ ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷକ-ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଦାଖଲ ହୋଇଥିବା ବିଭିନ୍ନ ଦାବି ଉପରେ ଉଚ୍ଚସ୍ତରୀୟ ଏକ୍ସପର୍ଟ କମିଟି ରିପୋର୍ଟ ଦେଇଛି । ଏହି ରିପୋର୍ଟ ଏବଂ ବିଭିନ୍ନ ଦାବିକୁ ନେଇ ବିସ୍ତୃତ ସମୀକ୍ଷା କରାଯିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ଅନୁଦାନବିହୀନ ଶିକ୍ଷାନୁଷ୍ଠାନର ଦାବି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ । ବୈଠକ ପରେ ଦାବିଗୁଡ଼ିକ ଉପରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ନଜର ରଖାଯାଇଛି । Post navigation 7 Family Members Killed in MP Tragedy Cremated at Puri Swargadwar