ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ନବୀନ । ନିଜର ମତଦାନ ସାବ୍ୟସ୍ତ କରିବା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ ।ଭୋଟ୍ ଦେବାପରେ ସେ କାଳି ଲଗା ଆଙ୍ଗୁଳି ଦେଖାଇଥିଲେ।

ଏହା ସହିତ ସେ ଭୋଟରଙ୍କୁ ବହୁ ସଂଖ୍ୟାରେ ଆସି ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ। ବିଜେଡି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ଏହାପରେ ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଉଭୟ ବିଧାନସଭା ଓ ଲୋକସଭା ଆସନରେ ଭଲ ପ୍ରଦର୍ଶନ କରିବ ବିଜେଡି । ରାଜ୍ୟରେ ସ୍ଥିର ସରକାର ବିଜେଡି ଗଠନ କରିବ । ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାରେ ଗଠନ ହେବ ସ୍ଥିର ସରକାର । ଚଳିତ ନିର୍ବାଚନରେ ଇତିହାସ ରଚିବ ବିଜେଡି । ଭୋଟ୍ ଦେବା ପରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *