ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡିଂ ମାମଲାରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ଏହି ଚାର୍ଜ ସିଟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ କରାଯାଇଛି । କଂଗ୍ରେସ ଏହାକୁ ବିରୋଧ କରି ବୁଧବାର ଦିନ ସାରା ଦେଶରେ ଇଡି ଅଫିସ ଘେରିବ ବୋଲି ଘୋଷଣା କରିଛି । ସୋନିଆ ଏବଂ ରାହୁଲଙ୍କ ବିରୁଦ୍ଧରେ ଇଡି ଦ୍ୱାରା ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ କରୁଛି ବୋଲି କଂଗ୍ରେସ କହିଛି । Post navigation ଏନଡିଏରୁ ଅଲଗା ହେଲା ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି; ପୃଥକ ଭାବେ ବିହାର ନିର୍ବାଚନ ଲଢ଼ିବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ