ଓଡ଼ିଶାରେ ଆଳୁ ରାଜନୀତି ସରଗରମ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାରର ବୈମାତୃକ ମନୋଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ଏପଟେ ଓଡ଼ିଶା ବଜାରରେ ଆଳୁ ଦର କିଲୋ ପ୍ରତି ୪୦ରୁ ୫୦ ଟଙ୍କା ବିକ୍ରି ହେଉଥିବା ବେଳେ ଖାଉଟିଙ୍କୁ ବାଧୁଛି। ସେପଟେ ଅସହଯୋଗର ସବୁ ସୀମା ପାର କରିଛି ପଶ୍ଚିମବଙ୍ଗ। ଆଳୁ ଜଗିଛି ସିସିଟିଭି। ଆଳୁ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ସୀମା ନିଳିଦା ଗାଁରେ ଲାଗିଲା ସିସିଟିଭି। ଆଳୁ ଟ୍ରକ ଉପରେ ନଜର ରଖିବାକୁ ସିସିଟିଭି ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଗଳା ବାଟ ଦେଇ ଓଡ଼ିଶାକୁ ଆସୁଥିବା ଛୋଟ ଛୋଟ ଆଳୁ ଗାଡ଼ି ଡ଼ାକିବାକୁ ଏଭଳି ପଦକ୍ଷେପ ନେଇଛି ପଶ୍ଚିମବଙ୍ଗ ସରକାର।

Leave a Reply

Your email address will not be published. Required fields are marked *