ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ‘ଭାରତୀୟ କୃଷି ଅନୁସନ୍ଧାନ ପରିଷଦ – କେନ୍ଦ୍ରୀୟ ଅନ୍ତର୍ଦେଶୀୟ ମତ୍ସ୍ୟ ଗବେଷଣା ସଂସ୍ଥାନ’ର ନିର୍ଦ୍ଦେଶକ ଡକ୍ଟର ବସନ୍ତ କୁମାର ଦାସଙ୍କ ବିଭିନ୍ନ ଠିକଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ, ବସନ୍ତ କୁମାର ଦାସଙ୍କ ଭୁବନେଶ୍ୱର ଜାଗମରାସ୍ଥିତ ତିନି ମହଲା ବାସଭବନରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କିତ ନଥିପତ୍ର ଯାଞ୍ଚ କରୁଛନ୍ତି। କେବଳ ଭୁବନେଶ୍ୱର ନୁହେଁ, ବରଂ ଏକାଧିକ ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି। କୋଲକାତାସ୍ଥିତ ICAR-CIFRI ର ମୁଖ୍ୟ କାର୍ଯ୍ୟାଳୟ ସମେତ ବାଲେଶ୍ୱରରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ CBI ଟିମ୍ ଚଢ଼ାଉ କରି ଖୋଜବିନ୍ ଚଳାଇଛନ୍ତି। ବସନ୍ତ କୁମାର ଦାସଙ୍କ ନାମରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ନେଇ ଅଭିଯୋଗ ଆସିବା ପରେ ଏହି ସର୍ଚ୍ଚ ଅପରେସନ୍ କରାଯାଉଥିବା ଜଣାପଡ଼ିଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଜବତ ହୋଇଥିବା ନଗଦ ଟଙ୍କା, ସୁନାଗହଣା ଓ ସମ୍ପତ୍ତିର ଆକଳନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ। Post navigation भारत ने पाकिस्तान को 4-3 से हराकर एशियन गेम्स 2026 के पुरुष हॉकी फ़ाइनल में जगह बनाई Santha Gopalan’s voluntary Retirement: ସନ୍ଥ ଗୋପାଲନଙ୍କ ଭଳି ସଚ୍ଚୋଟ ଅଫିସରଙ୍କ ସ୍ୱେଚ୍ଛାକୃତ ଆବେଦନ ସନ୍ଦେହ ସୃଷ୍ଟି ହେଉଛି: ଭକ୍ତ ଦାସ