ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନରେ ପ୍ରଚାର ଓ ନିଜର ସରକାର ଗଠନ ପାଇଁ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ଆସିବାରେ ଲାଗିଛନ୍ତି ।

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ । ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା ।

ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋରେ ସାମିଲ ହେବେ । ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ଭଦ୍ରକ ବାସୁଦେବପୁର ସହ ବାଲେଶ୍ୱେରର ସୋର ବାହାନଗାରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ । କାଲି ଗୃହମନ୍ତ୍ରୀଙ୍କ ୩ଟି ସଭା ରହିଛି । କାଲି ଦିନ ୧୦ଟାରେ ଚାନ୍ଦବାଲିରେ କରିବେ ପ୍ରଥମ ସଭା । ପରେ କୋରେଇ ଓ ନିମାପଡାରେ ଜନସଭାକୁ ସମ୍ବୋଧନ କରିବେ ଶାହ ।

ଭାଜପା ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ମନ୍ତ୍ରୀ ଶାହା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଭାଜପା ନେତୃବୃନ୍ଦମାନଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମର ସଫଳତା, ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *