ନିମାପଡ଼ାରେ ଉତ୍ତେଜନା। ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ବାନ୍ଧିନେଲା ପୋଲିସ। ରବିବାର ସନ୍ଧ୍ୟାରେ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ତାଙ୍କର କିଛି ସମର୍ଥକ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଯାଉଥିଲେ। ତେବେ ନିର୍ବାଚନ ସମୟରେ ଅନ୍ୟ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରବେଶକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ତେରୁଣ୍ଡିଆ ଗାଁର ଲୋକମାନେ ସେମାନଙ୍କୁ ଅଟକାଇଥିଲେ। କିନ୍ତୁ ପିପିଲି ବିଧାୟକ ଓ ତାଙ୍କ ସମର୍ଥକମାନେ ସେମାନଙ୍କ କଥା ଶୁଣିନଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଠେଲାପେଲ ଭିତରେ ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ଢ଼େଲା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ଗାଡ଼ି ଭାଙ୍ଗିଥିବା ଜଣାପଡ଼ିଛି।

ତେବେ ପିପିଲି ବିଧାୟକ ଏନେଇ ନିମାପଡ଼ା ଥାନା ବଦଳରେ ଗୋପ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନିମାପଡ଼ା ଥାନା ପୁଲିସ୍‌ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଉଠାଇ ନେଇଥିଲା। ଯାହାକୁ ନେହୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ନିମାପଡ଼ା ଥାନା ଘେରାଉ କରିଥିଲେ। ଖବର ପାଇ ଥାନାରେ ପହଞ୍ଚି ଆଲୋଚନା କରିଥିଲେ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ଏବଂ ପଚରା ଉଚରା ପରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଛାଡିଥିଲା ପୋଲିସ।

ଏନେଇ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ପିପିଲି ବିଧାୟକ ଆସି ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଥିଲେ, ମିଛରେ ପୋଲିସକୁ ଖବର ଦେଇ ଆତଙ୍କରାଜ ଚଳେଇବାକୁ ପ୍ରୟାସ କରିଛନ୍ତି। ପିପିଲି ଭଳି ଆତଙ୍କ ନିମାପଡ଼ାରେ ସୃଷ୍ଟି କରିବାକୁ ଚେଷ୍ଟା କଲେ ଏହାର ଉଚିତ୍ ଜବାବ ଦିଆଯିବ। ନିମାପଡ଼ା ଲୋକ ଶାନ୍ତି ପ୍ରିୟ ଏଠାରେ ଆଜି ପର୍ଯ୍ୟନ୍ତ ଶାନ୍ତିରେ ନିର୍ବାଚନ ହୋଇଛି ଏଥର ବି ହେବ। ଆମେ ପୋଲିସ ପ୍ରଶାସନକୁ ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିଶ୍ରୁତି ଦେଇଛୁ। ବିଜେଡି ନେତା ଭୋକ ବାଉଳାରେ ତାଟିଆ କାମୁଡ଼ା ହେଲେ ଏଠି ପରିସ୍ଥିତି ଭୟାବହ ହେବ।

By Nirvay

Leave a Reply

Your email address will not be published. Required fields are marked *