ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ । ଦିନକ ପରେ ପଞ୍ଚାୟତିରାଜ ଦିବସ ଥିବା ବେଳେ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ଅଭିଯୋଗ ଆଣିଛି ବିଜେଡ଼ି। ଗଣମାଧ୍ୟମରେ ବିଜେଡି କହିଛି ପଞ୍ଚାୟତିରାଜକୁ ସୁଦୃଢ଼ କରିଥିଲେ ବିଜୁ ପଟ୍ଟନାୟକ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜୁ ପଟ୍ଟନାୟକଙ୍କ ଅନବଦ୍ୟ ଅବଦାନ ନିମନ୍ତେ ଦୀର୍ଘବର୍ଷ ହେଲା ଓଡ଼ିଶାରେ ତାଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ମହିଳାଙ୍କୁ ପଞ୍ଚାୟତସ୍ତରରେ ସଂରକ୍ଷଣ ଦେବାରେ ବିଜୁ ପଟ୍ଟନାୟକ ଅଗ୍ରଣୀ । ତେଣୁ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ସରକାର ତତ୍ପରତା ଦେଖାଇବ ଦରକାର । ମାତ୍ର ଏ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରସ୍ତୁତି ନ ହେବା ଜଣାପଡିଛି । ବିଜେଡି ଆଉ ମଧ୍ୟ କହିଛି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମିଳିଛି ଯେ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏହି ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ ହେଉଥିବାରୁ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ସରକାର ଆଗ୍ରହୀ ନ ଥିବା ମାନେ ହେଉଛି । Post navigation ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ଇଓଡବ୍ଲୁର ଜେରା ମୋକିମଙ୍କୁ ମିଳିବ ଦଳରେ ଗୁରୁଦାୟିତ୍ୱ: ଭକ୍ତ ଦାସ