ସମ୍ବଲପୁର ଲୋକସଭା ଅଧୀନ ରେଢାଖୋଲରେ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧ କଲେ ଗ୍ରାମବାସୀ। ପ୍ରଚାର ବେଳେ ଗ୍ରାମବାସୀଙ୍କ ବିଭିନ୍ନ ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଯାହାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଲୋକେ ବିଭିନ୍ନ ମୌଳିକ ସମସ୍ୟା ସମାଧାନର ଜବାବ ମାଗୁଛନ୍ତି। ୨୫ ବର୍ଷରେ କଣ କରିଛ ବୋଲି ଲୋକେ ପଚାରୁଥିବା ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ, ରେଢାଖୋଲର କୁକୁଡ଼ାବାହାଳି ପଞ୍ଚାୟତର ସାନ ନୂଆପଡ଼ା ଓ ବଂଶାଜାଳ ଗାଁରେ ପ୍ରଚାରକୁ ଯାଇଥିବା ବେଳେ ଲୋକେ ସିଧା ଗାଡି ଅଟକାଇ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଲୋକେ ବିଭିନ୍ନ ମୌଳିକ ସମସ୍ୟା ସମାଧାନର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜବାବ ମାଗିଥିଲେ । ୨୫ ବର୍ଷରେ କଣ କରିଛ ବୋଲି ଲୋକେ ପଚାରିଥିଲେ । ତେବେ କେବଳ ପ୍ରସନ୍ନ ଆଚାର୍ଯ୍ୟ ନୁହନ୍ତି ଏଥର ଅନେକ ବିଜେଡି ନେତା ପ୍ରଚାର ବେଳେ ହଟହଟା ହୋଇଛନ୍ତି । ପ୍ରଚାର ବେଳେ ତାଙ୍କୁ ଲୋକେ ରାସ୍ତାରେ ଅଟକାଇ ୫ ବର୍ଷର ହିସାବ ମାଗିଛନ୍ତି । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

Leave a Reply

Your email address will not be published. Required fields are marked *