ପୁରୀ ଠାରେ ଆୟୋଜିତ ଏକ ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଜୁ ଜନତା ଦଳର ଯୁବ ଛାତ୍ର ନେତୃମଣ୍ଡଳୀ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି ।
 
ସରକାରଙ୍କ ଲମ୍ୱା ବିଫଳତା ତାଲିକା ଉପସ୍ଥାପନ କରିବା ସହିତ ସରକାରଙ୍କ ‘ବର୍ଷ ଏକ ଉପଲବ୍ଧି ଅନେକ’ ସ୍ଲୋଗାନର ଜବାବରେ ‘ବର୍ଷ ଏକ ବିଫଳତା ଅନେକ’ କହି କଟାକ୍ଷ କରିଛନ୍ତି ।
BJD holds Jana Jagaran Abhiyan in Puri
 
ଏହି କାର୍ଯ୍ୟକ୍ରମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଯୁବ ଛାତ୍ରଙ୍କ ଉଦ୍ଦ୍ୟେଶରେ ବକ୍ତବ୍ୟ ଦେଇଥିଲେ । ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ରାଜ୍ୟବାସୀଙ୍କୁ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି ।
 
ବିଏସକେୱାଇ ଭଳି ଲୋକପ୍ରିୟ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି, ଯାହା ଯୋଗୁଁ ରୋଗୀମାନେ ଚିକିତ୍ସା ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ମିଛ ପ୍ରଚାରକୁ ପ୍ରତିଟି ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ପଟ୍ଟନାୟକ ଯୁବ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *