Odisha schools to reopen on June 20 after Summer Vacation
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।
 
ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ୨୦ ତାରିଖରେ ଭୁବନେଶ୍ୱରରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ଥିବାବେଳେ ବିପୁଳ ଜନ ସମାଗମ ହେବା ସହ ଟ୍ରାଫିକ୍‌ ସମସ୍ୟା ଆଶଙ୍କା ଥିବାରୁ ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।
 
ପୂର୍ବରୁ ରାଜ୍ୟର ସ୍କୁଲଗୁଡ଼ିକ ଜୁନ୍‌ ୨୦ରେ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *