ସଂଖ୍ୟାଲଘୁ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଆଜି ଅପରାହ୍ନ ରେ ନବୀନ ନିବାସ ରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ । ନବୀନ ପଟ୍ଟନାୟକ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀ ମାନଙ୍କ ସାଥିରେ ରହିଛି ଏବଂ ରହିଥିବ। ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି । ଧର୍ମ ନିରପେକ୍ଷ ଆଦର୍ଶ ରେ ବିଜେଡି ଅଟଳ ରହିଛି.ଏହି ଆଦର୍ଶ ପାଇଁ ୨୦୦୯ ରେ ବିଜେଡି ମେଣ୍ଟ ରୂ ବାହାରି ଯାଇଥିଲା। ତେଣୁ ସଂଖ୍ୟଲଘୁ ମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ.ବିଜୁ ବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ,ମୂଁ ମଧ୍ୟ ରହିଛି । ଏହି ସାକ୍ଷାତ ସମୟ ରେ ସାଂସଦ ମୁନ୍ନା ଖାଁ,ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଶ୍ରୀ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ । Post navigation ଆଇଏଏସ ବିଷ୍ଣୁପଦଙ୍କ ବଢ଼ିଲା ଅନ୍ତରୀଣ ସୁରକ୍ଷା ଖୁବ ଶୀଘ୍ର ଓଡ଼ିଶାରେ ନିବେଶ କରିବ ଏଚସିଏଲ୍ ଟେକ୍