ଭୁବନେଶ୍ୱର: ରାଜଧାନୀରେ ହେଲା ଦୁଇ ରାଜନୈତିକ ଦଳଙ୍କ ବାହାଘର । କଂଗ୍ରେସ କର୍ତ୍ତା ହିସାବରେ ଏହି ବାହାଘର କରାଇଲା । ବିଜେପି-ବିଜେଡି ମଧ୍ୟରେ ହାତଗଣ୍ଠି ପକାଇଲା କଂଗ୍ରେସ । ଉଭୟଙ୍କ ମଧ୍ୟରେ ଦୀର୍ଘ ୨୫ବର୍ଷ ହେବ ସମ୍ପର୍କ ଥିବାରୁ ଏମିତି ଏକ ନିଆରା ବାହାଘର କରିବାକୁ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜନ କରିଛି କଂଗ୍ରେସ । ବିବାହ କାର୍ଯ୍ୟରେ ବିଜେଡି ବର ହୋଇ ଏବଂ ବିଜେଡି କନିଆ ସାଜିଥିଲା ।ଏଥିରେ ସାଧାରଣ ଜନତା ଅତିଥି ସାଜିବା ସହ ଭୋଜିଭାତ ଖାଇବାର ଆୟୋଜନ କରାଯାଇଥିଲା ।

ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରାକାର ସବୁବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରିଆସିଛି । ଯେତେବେଳେ ବିରୋଧୀ ମାନେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି ସେତେବେଳେ ବିଜେଡି ବିଜେପି ସରକାର ସହ ଛିଡା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଖାଲି ସେତିକି ନୁହେଁ ଉଭୟ ଦଳର ନେତା ଅନେକ ସମୟରେ ପରସ୍ପରର ପ୍ରଶଂସା କରିଥାନ୍ତି । ଦୁଇ ଦଳ ମଧ୍ୟରେ ସବୁବେଳେ ଭିତିର ବୁଝାମଣା ଥିବା ଅଭିଯୋଗ କରି କଂଗ୍ରେସ ଏଭଳି ନିଆରା ବାହାଘରର ଆୟୋଜନ କରିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *