ନୂଆ ସଭାପତି ଘୋଷଣା କଲା ବିଜେଡି । ୧୮ ଜିଲ୍ଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲ୍ଲାର ସଭାପତି ଚୟନ ସରିଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିବୃତି ଜରିଆରେ ଏହାର ସୂଚନା ଦିଆଯାଇଛି। ଅବଶିଷ୍ଟ ୧୫ ଜିଲ୍ଲା ସଂଗଠନ ବାକି ରହିଛି । ଏପ୍ରିଲ ଶେଷ ସୁଦ୍ଧା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସରିବ। ଏପ୍ରିଲ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କିଏ କେଉଁ ଜିଲ୍ଲାର ବିଜେଡି ସଭାପତି? ପୁରୀ – ଉମାକାନ୍ତ ସାମନ୍ତରାୟ ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର ଅନୁଗୁଳ – ବ୍ରଜକିଶୋର ପ୍ରଧାନ ବୌଦ୍ଧ – ପ୍ରଦୀପ ଅମାତ ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଗଜପତି – ପ୍ରଦୀପ ନାୟକ ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି ଭଦ୍ରକ – ଜଗନ୍ନାଥ ସ୍ୱାଇଁ ଝାରସୁଗୁଡା – ହରିଶ ଗଣତ୍ରା କନ୍ଧମାଳ – ପଦ୍ମନାଭ ବେହେରା ମାଲକାନଗିରି – ମାନସ ମାଡକାମୀ ମୟୂରଭଞ୍ଜ-୧ – ସୁଦାମ ମାର୍ଣ୍ଡି ଯାଜପୁର – ସରୋଜ କୁମାର ମହାପାତ୍ର ନବରଙ୍ଗପୁର – ମନୋହର ରନ୍ଧାରୀ ନୟାଗଡ଼ – ରମେଶ ଚନ୍ଦ୍ର ବେହେରା ନୂଆପଡ଼ା – ଅବନୀ ରଞ୍ଜନ ଯୋଶୀ ସୁବର୍ଣ୍ଣପୁର – ସରୋଜ କୁମାର କାମ୍ପା ସୁନ୍ଦରଗଡ଼ – ଯୋଗେଶ ସିଂ Post navigation ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ