ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ବ୍ରହ୍ମଗିରିରେ ଦେଖା ଦେଇଛି ଅସନ୍ତୋଷର ମାହୋଲ । ବ୍ରହ୍ମଗିରିରୁ ବିଜେପି ବିଧାନସଭା ପ୍ରାର୍ଥୀ ଓ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ବିଜେଡିର ବୁଥ ଏଜେଣ୍ଟ ବିଶ୍ୱଜିତ ବଳିୟାରସିଂ।

ଲୁଲୁ ମହାପାତ୍ରଙ୍କ ଝିଅ ଉପାସନାଙ୍କୁ କିପରି ଭାବେ ଅଶାଳୀନ ଭାଷାରେ ଗାଳି ଗୁଲଜ କରାଗଲା ତାହାକୁ ନେଇ ଗଡ଼ରୋଡଙ୍ଗରେ ଦେଖାଦେଇଛି ଉତ୍ତେଜନା ।

ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଘଟଣାସ୍ଥଳରେ ଅତିରିକ୍ତ ଏସପି ଲୋକଙ୍କୁ ବୁଝେଇ ତଦନ୍ତ ଆରମ୍ଭ କରିଛନ୍ତି । ଭୋଟିଂ କିଛି ସମୟ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *