ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୫ଟି ରେଞ୍ଜରେ ୨୧ଟି ଟିମ୍ ନିୟୋଜିତ

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ । ଏ ନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଥିଲା । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ୨୧ଟି ଟିମ ନିୟୋଜିତ ହୋଇଥିଲେ। ପ୍ରତି ଟିମରେ ୬ରୁ ୭ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ରେଞ୍ଜରେ ଦୁଇଟି ଟିମ ପାଦରେ ଚାଲିଚାଲି ଓ ୯ଟି ଟିମ ଡଙ୍ଗାରେ ସାମିଲ ହୋଇ ଗଣନା କାର୍ଯ୍ୟ କରୁଥିଲେ ।

ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହାର କରାଯାଇଥିଲା ।ଏହି କାର୍ଯ୍ୟରେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଗ୍ୟ , ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସର କର୍ମକର୍ତ୍ତା ସାମିଲ ହୋଇଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *