ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଜ ପୁଅ ତଥା ନୂତନ ଭାବେ ରାଜନୀତିରେ ପଦାର୍ପଣ କରିଥିବା ବିଜେଡି ନେତା ଅରବିନ୍ଦ ମହାପାତ୍ରଙ୍କ ପାଇଁ ଆଗାମୀ ନିର୍ବାଚନରେ ପ୍ରଚାର କରିବେ ।

ବହୁ ପୂର୍ବରୁ ବିଜୟ ବାବୁ ବିଜେଡିର ନୂଆ ମୁଣ୍ଡିଆଳ ପାଣ୍ଡିଆନଙ୍କୁ ଦେଖା କରି ନିଜ ପୁଅ ପାଇଁ ଅଭୟଦାନ ପାଇବା ସହ ବିଜେଡି ପାଇଁ ପ୍ରଚାର କରିବାକୁ ଭରସା ଦେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଅରବିନ୍ଦ ମହାପାତ୍ର। ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ। ବହୁ ପୂର୍ବରୁ ବିଜୟ ମହାପାତ୍ର ବିଜେଡିରେ ଥିଲେ। ହେଲେ ୨୦୦୦ ମସିହାରେ ଟିକେଟ କରିବାରୁ ଦଳରୁ ଦୂରେଇ ରହିଥିଲେ। ଏହାପରେ ଓଜିପି, ଏନସିପି ଏବଂ ବିଜେପିରେ ଯୋଡି ହୋଇଥିଲେ।

ଗତ ୨୦୧୯ ନିର୍ବାଚନରେ ପରାଜୟ ପରେ ବିଜୟ ମହାପାତ୍ର ବିଜେପି ସହ ରାଜନୀତିରୁ ମଧ୍ୟ ଦୂରେଇ ରହିଥିଲେ। ଗତ ଦୁଇ ବର୍ଷ ହେଲାଣି ବିଜୟଙ୍କ ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ ବିଜୟ ମହାପାତ୍ର।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *