ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଉତ୍ତର ଓଡିଶାରେ ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ । ହୀରାକୁଦ ଜଳସ୍ତର କମିଛି, ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଉଛନ୍ତି । ପ୍ରଥମେ ପାନୀୟ ଜଳ, ତାପରେ ଚାଷୀ, ଶେଷରେ ଶିଳ୍ପକୁ ପାଣି ଦେବା କଥା । କେନ୍ଦ୍ର ସରକାର ୫ ବର୍ଷରେ ୧୦ ହଜାର କୋଟି ଆବଣ୍ଟନ କରିଛନ୍ତି ।

ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ । ମହାନଦୀ ଉଭୟ ପଟେ ରହୁଥିବା କଟକବାସୀ ସବୁ ସମସ୍ୟା ଭୋଗୁଛନ୍ତି । ସମ୍ବଲପୁରରେ ହଇଜା ଓ କଟକରେ ଜଣ୍ଡିସ ସୂଚାଉଛି ଶାସନ ଠିକ୍ ଚାଲୁନି ବୋଲି କହିଲେ ଭର୍ତ୍ତୃହରି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *