ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବାତିଲ୍ ହେଲା ଛୁଟି। ଭଦ୍ରକ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଏଥିସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟ ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କର୍ମଚାରୀମାନେ ପୂର୍ବରୁ ଛୁଟିରେ ଥିଲେ, ସେମାନଙ୍କୁ ବିନା ବିଳମ୍ବରେ ତୁରନ୍ତ ଆସି ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର କାର୍ଯ୍ୟ ଏବଂ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରଶାସନିକ ସ୍ତରରେ ସଜାଗତା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। Post navigation DGP YB Khurania to Retire Today: ଓଡ଼ିଶାରେ ସଫଳ ହୋଇଛି ନକ୍ସଲ ଅଭିଯାନ: ଡିଜିପି ୱାଇ.ବି. ଖୁରାନିଆ Odisha’s Patriotic Music Fest “Bharatiyam”: ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ‘ଭାରତୀୟମ୍’ ଆୟୋଜିତ