ଭୁବନେଶ୍ୱର ୟୁନିଟ୍‌ ୬ରେ ଥିବା ଭିକେ ପାଣ୍ଡିଆନଙ୍କ କ୍ୱାର୍ଟର ଆଗରେ କରାଯାଇଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ଗତକାଲି ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ୍‌ । ଆଗରୁ ରାଜ୍ୟରେ ବିଜେଡି ସରକାର ଥିବା ବେଳେ ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦିଆଯାଇଥିଲା। ଏପରିକି ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଏମିତି କି ପାଣ୍ଡିଆନ୍‌ଙ୍କ ସୁରକ୍ଷା ପାଇଁ ତାଙ୍କ ସରକାରୀ ବାସଭବନ ନିକଟରେ ଏକ ଅସ୍ଥାୟୀ ପୋଲିସ୍‌ ପାଣ୍ଡି ମଧ୍ୟ ହୋଇଥିଲା । କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିଲେ। ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା। ବ୍ୟାରକେଡ୍‌ ପାଖରେ ପୋଲିସ ମଧ୍ୟ ଜଗି ରହୁଥିଲା। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ଏହି ବ୍ୟାରିକେଡ୍‌କୁ ହଟାଯାଇଛି।

ସୂଚନା ଅନୁସାରେ ଭିକେ ପାଣ୍ଡିଆନ୍‌ ନିଜେ ଘୋଷଣା କରିଥିବା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ ନ କଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ । କିନ୍ତୁ ଓଡ଼ିଶାରେ ନିର୍ବାଚନ ବିଜେପି ବହୁମତରେ ଜିତିବା ପରେ ଗତକାଲି ଓଡ଼ିଶାରେ ବିଜେଡିର ପରାଜୟ ପାଇଁ ରବିବାର ପାଣ୍ଡିଆନ ବିଜେଡି କର୍ମୀଙ୍କୁ ଭୁଲ ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଥିଲେ। ରାଜନୀତିରୁ ସନ୍ନ୍ୟାସ ନେବାପରେ ଆଜି ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଉଛି ।

Leave a Reply

Your email address will not be published. Required fields are marked *