ପ୍ରଧାନମନ୍ତ୍ରୀ ଲଗାତର ତୃତୀୟ ଥର ଭାବେ ଶପଥ ଗ୍ରହଣ କରିବାର ଠିକ ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ କିଷାନ ନିଧି ୧୭ତମ କିସ୍ତି ରିଲିଜ୍‌ କରିବା ପାଇଁ ପିଏମ ମୋଦି ଏକ ଫାଇଲରେ ଦସ୍ତଖତ କରିଛନ୍ତି। ଆଜି ପିଏମଓ ପହଞ୍ଚିବା ପରେ ଏହା ଥିଲା ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ । ଏହାଦ୍ୱାରା ୯.୩ କୋଟି ଚାଷୀଙ୍କୁ ଉପକୃତ ହେବେ ଏବଂ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରାଯିବ।

ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। ଚାଷୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ଫାଇଲରେ ଦସ୍ତଖତ ପରେ କହିଛନ୍ତି ମୋଦୀ । କୃଷକଙ୍କ କଲ୍ୟାଣ ପାଇଁ ଆମେ ଯଥାସମ୍ଭବ କାର୍ଯ୍ୟ କରିବାକୁ ଚାହୁଁଛୁ। ଆମ ସରକାର କ୍ରମାଗତ ଭାବରେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *